ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ବାଚନ ଆସନ୍ତା ୨୩ରେ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହରର ବଡବାରଙ୍ଗସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପରିଚାଳନା କମିଟିର ୧୫ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଆସନ୍ତା ୨୩ତାରିଖରେ ବଡବାରଙ୍ଗସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଏହି ନିର୍ବାଚନ ନିମନ୍ତେ ପାର୍ଥୀପତ୍ର ଦାଖଲ କାର୍ଯ୍ୟ ଶେଷ ହୋଇଛି । ମୋଟ୧୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୩ନମ୍ବର ଅଣସଂରକ୍ଷିତ ନିର୍ବାଚନ ମଣ୍ଡଳୀ ପାଇଁ କାମଦେବ ନାୟକ, ୪ନମ୍ବର ଅନ୍ୟାନ୍ୟ ପଛୁଆବର୍ଗ ନିର୍ବାଚନ ମଣ୍ଡଳୀ ପାଇଁ ନିମାଇଁ ଚରଣ ସ୍ୱାଇଁ ଓ ୬ନମ୍ବର ଅନ୍ୟାନ୍ୟ ପଛୁଆବର୍ଗ ନିର୍ବାଚନ ମଣ୍ଡଳୀ ପାଇଁ ରଜତ କୁମାର ବଳ ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତିରୁ ସୂଚନା ମିଳିଛି । ସେହିଭଳି ଅନୁସୂଚିତ ଜାତିବର୍ଗ ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ବେହେରା ଓ ସରୋଜିନୀ ସେଠୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅଣସଂରକ୍ଷିତ ବର୍ଗ ନିମନ୍ତେ ସଙ୍ଘମିତ୍ରା ସ୍ୱାଇଁ ଏବଂ ଅଲେଖ ଜେନା, ଅନ୍ୟାନ୍ୟ ପଛୁଆବର୍ଗ ନିର୍ବାଚନ ମଣ୍ଡଳୀ ନିମନ୍ତେ ସଞ୍ଜୟ କୁମାର ସାହୁ, ରଶ୍ମୀରଞ୍ଜନ ମହାପାତ୍ର, କଳ୍ପତରୁ ପରିଡା, ବନଲତା ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଦିଲ୍ଲିପ କୁମାର ସାହୁ, ପବିତ୍ର କୁମାର ଖଟୁଆ ଏବଂ ହିମାଂଶୁ ଶେଖର ସାହୁ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତିରୁ ଜଣାପଡିଛି ।
