ନଡ଼ିଆ ବରା ତରକାରୀ
ଆବଶ୍ୟକ ସାମଗ୍ରୀ- ନଡିଆ, ବିରିବରା ,ଲୁଣ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, କାଜୁ, ଧନିଆ ପତ୍ର, ଟମାଟୋ, ପିଆଜ, ହିଙ୍ଗୁ, କଂଚା ଲଙ୍କା, ଅଦାରସୁଣ ପେଷ୍ଟ ,ନଡିଆ ରସ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ହିଙ୍ଗୁ ଏବଂ କଟାକଞ୍ଚା ଲଙ୍କା ପକାଇ ହାଲୁକା ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଗୋଲ୍ଡେନ କଲର ହେବା ଯାଏଁ ଭାଜିବେ । ତାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର ଲୁଣ ଏବଂ ଧନିଆ ପାଉଡର ଏବଂ ଅଦାରସୁଣ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ଢାଳି , ୨ ରୁ ୩ ମିନିଟ ଯାଏଁ ଗୋଳାଇବେ । ଏହାପରେ ସେଥିରେ କାଜୁ ପକାଇ ମିକ୍ସ କରିବେ । ତାପରେ ସେଥିରେ ପତଳା ପତଳା କଟା ହୋଇଥିବା ନଡିଆ ଏବଂ ଅଳ୍ପ ପାଣି ପକାଇ ଭଲଭାବେ ମିକ୍ସ କରିବେ ।ତା ପରେ ପୂର୍ବରୁ ପ୍ରସ୍ତୁତ କରିଥିବା ବରା କୁ ପକାଇ ଅଳ୍ପ ସମୟ ଏହାକୁ ସିଝିବାକୁ ଛାଡିବେ । ତାପରେ ସେଥିରେ ନଡିଆ ରସ ପକାଇ ଗୋଳାଇବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ, ଗୋଳାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ନଡିଆ ବରା ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।
ନଡ଼ିଆ ବରା ତରକାରୀ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
