ମଟନ୍ କୋରମା
ସାମଗ୍ରୀ :
ମାଂସ – ୬୦୦ ଗ୍ରାମ୍
ପିଆଜ – ବଡ଼ ୨ଟି
ଲବଙ୍ଗ – ୬ଟି
ଅଳେଇଚ – ୮ଟି
ଜିରା – ୧ ଟେବୁଲ୍ ଚାମଚ
ଡାଲଚିନି -୨ ଇଞ୍ଚ
ଜାଇଫଳ- ୪ ଭାଗରୁ ୧ ଭାଗ
ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ
ଲୁଣ – ସ୍ବାଦାନୁସାରେ
ତେଲ – ୪ ଟେବୁଲ୍ ଚାମଚ
ତେଜପତ୍ର – ୨ଟି
ଅଦା ବଟା – ୨ ଟେବୁଲ୍ ଚାମଚ
ରସୁଣ ବଟା -୨ ଟେବୁଲ୍ ଚାମଚ
ଲଙ୍କାଗୁଣ୍ଡ -୧ ଚାମଚ
ହଳଦି-୨ ଚାମଚ
ନଡ଼ିଆ ବଟା – ୩ ଟେବୁଲ୍ ଚାମଚ
ପୋସ୍ତ ବଟା – ୩ ଟେବୁଲ୍ ଚାମଚ
ଧନିଆ ପତ୍ର କଟା – ୧ ଟେବୁଲ୍ ଚାମଚ
ପ୍ରଣାଳୀ :-
ପ୍ରଥମେ ୧ ଇଞ୍ଚ ଖଣ୍ଡ କରି ମାଂସ କାଟନ୍ତୁ । ପିଆଜ କାଟି ଛୋଟ ଛୋଟ କରି ରଖନ୍ତୁ । କରେଇ ଗରମ କରି ଲବଙ୍ଗ, ଅଳେଇଚ, ଜିରା, ଡାଲଚିନି ଓ ଜାଇଫଳକୁ ଭାଜି ଗୁଣ୍ଡ କରି ରଖନ୍ତୁ । କରେଇରେ ତେଲ ଗରମ କରି ତେଜପତ୍ର, ପିଆଜ ଓ ଗୁଣ୍ଡ ମସଲା ପକାଇ ପିଆଜକୁ ଲାଲ୍ କରି ଭାଜନ୍ତୁ । ଅଦା-ରସୁଣ ବଟା ପକାଇ ଲଗାତର ୬ ମିନିଟ୍ ଯାଏଁ ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ହଳଦି ଓ ମାଂସ ମିଶାନ୍ତୁ । ଭଲକରି ଗୋଳାଇ ୧୦୦ ମି.ଲି. ପାଣି ଦେଇ ଘୋଡ଼ାନ୍ତୁ । କମ୍ ଆଞ୍ଚରେ ସିଝିଗଲେ ନଡ଼ିଆ ବଟା, ପୋସ୍ତ ବଟା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ୧୫ ରୁ ୨୦ ମିନିଟ୍ କମ୍ ଆଞ୍ଚରେ ବସାଇ ରାନ୍ଧନ୍ତୁ । ଶେଷରେ ଏକ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।
ମଟନ୍ କୋରମା କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
