ମେଥି ମାଛ
ସାମଗ୍ରୀ:
ମାଛ- ୫୦୦ ଗ୍ରାମ୍, ଗୋଲମରିଚ- ୧/୨ ଚାମଚ, ଲେମ୍ବୁ ରସ- ୧ ଚାମଚ, ରିଫାଇନ୍ ତେଲ- ୨୫୦ ମିଲି, ରସୁଣ ପେଷ୍ଟ୍- ୧ଚାମଚ, ଅଦା ପେଷ୍ଟ୍- ୧ଚାମଚ, ଜିରା ଗୁଣ୍ଡ- ୧ଚାମଚ, କଟା ପିଆଜ- ୧୦୦ ଗ୍ରାମ୍, ଲଙ୍କା ଗୁଣ୍ଡ- ୧ ଚାମଚ, ଟମାଟୋ ପ୍ୟୁରି- ୪୦୦ ଗ୍ରାମ୍, ମେଥି- ୧୧୦ ଗ୍ରାମ୍, ଗରମ ମସଲା- ୧ଚାମଚ, ଧନିଆ ଗୁଣ୍ଡ- ୧ଚାମଚ, ପାଣି ଓ ଲୁଣ (ସ୍ୱାଦ ଅନୁସାରେ) ।
ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମାଛ, ଗୋଲମରିଚ, ଲୁଣ, ଲେମ୍ବୁ ରସକୂୁ ମିଶାଇ ଭଲଭାବେ ଗୋଳାଇ ୧ ଘଂଟା ପାଇଁ ଘୋଡ଼ାଇ ରଖିଦିଅନ୍ତୁ । ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଆଉ ଏକ ପ୍ୟାନ୍ରେ ତେଲ ଗରମ କରି ସେଥିରେ ଜିରା, ରସୁଣ ପେଷ୍ଟ୍, ଅଦା ପେଷ୍ଟ୍, ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂଲୁଣ ପକାଇ କିଛି ସମୟ କଷନ୍ତୁ । ଏବେ ସେଥିରେ ଟମାଟୋ ପ୍ୟୁରି ପକାଇ ୫ ରୁ ୭ ମିନିଟ୍ ଫୁଟିବାକୁ ଛାଡ଼ିଦିଅନ୍ତୁ । ମସଲା କଷି ହେବା ପରେ ସେଥିରେ ମେଥିକୁ ପକାଇ ଅଳ୍ପ ପାଣି ଦେଇ ଫୁଟାନ୍ତୁ । ୫ ମିନିଟ୍ ପରେ ଫ୍ରାଏ ମାଛ ଓ ଗରମ ମସଲାକୁ ପକାନ୍ତୁ । ଏବେ ପ୍ରସ୍ତୁତ ହେଲା ମେଥି ମାଛ । ଗରମ ଗରମ ଭାତ ସହ ପରଷନ୍ତୁ ।
