ଆମ ରୋଷେଇ- “ମସଲା ଭାତ”
ସାମଗ୍ରୀ :
ଚାଉଳ – ୫୦୦ ଗ୍ରାମ୍, ପିଆଜ – ୨ ଟି ବଡ଼, ରସୁଣ – ୩ କୋଲା, କଞ୍ଚାଲଙ୍କା – ୬ଟି, ଆଳୁ – ୧ଟି ଛୋଟ, ବାଇଗଣ – ୧ଟି ଛୋଟ, ଫୁଲକୋବି – ୧୦୦ ଗ୍ରାମ୍, ତେଲ – ୨ ଟେବୁଲ୍ ଚାମଚ, ଅଳେଇଚ ମଞ୍ଜି – ୬ଟି, ଜିରା – ୧ ଚାମଚ, ଡାଲଚିନି – ୨ ଇଞ୍ଚ, ଲବଙ୍ଗ – ୪ଟି, ତେଜପତ୍ର – ୨ଟି, ଭୁର୍ସୁଙ୍ଗ ପତ୍ର – ୮ଟି, ହଳଦି – ୧ ଚାମଚ, ଲଙ୍କାଗୁଣ୍ଡ – ୧ ଚାମଚ, ଧନିଆଗୁଣ୍ଡ – ୧ ଚାମଚ, ନଡ଼ିଆକୋରା – ୭୫ ଗ୍ରାମ୍, ଗ୍ରୀନ୍ ମଟର – ୭୫ ଗ୍ରାମ୍, ଚିନିସିରା – ୧ ବଡ଼, ଲୁଣ – ସ୍ୱାଦ ଅନୁସାରେ, ଭଜା କାଜୁ ଦରକୁଟା – ୧ ବଡ଼ ଚାମଚ, ଧନିଆ ପତ୍ର – ୧ ବଡ଼ ଚାମଚ ।
ମସଲା ପାଇଁ :
୧ ଚାମଚ ଜିରା, ଧନିଆ, ରାଶି, ୨ ଟେବୁଲ୍-ଚାମଚ ବାଦାମ, ୨ ଚାମଚ ନଡ଼ିଆକୋରା ଓ ଧନିଆ ପତ୍ର ପକାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ ।
ପ୍ରଣାଳୀ :-
ପ୍ରଥମେ ୫୦୦ ଗ୍ରାମ୍ ଚାଉଳରେ ଭାତ ରାନ୍ଧନ୍ତୁ । ପିଆଜକୁ ସରୁ ଲମ୍ବାରେ, କଞ୍ଚାଲଙ୍କା ଓ ରସୁଣକୁ ଛୋଟ ଛୋଟ କରି କାଟନ୍ତୁ । ଆଳୁ, ବାଇଗଣ ଓ ଫୁଲକୋବିକୁ ସମାନ ଆକାରରେ ଛୋଟ ଛୋଟ କାଟି ରଖନ୍ତୁ । ପ୍ୟାନରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, ଜିରା, ଡାଲଚିନି, ଲବଙ୍ଗ, ଅଳେଇଚ, ତେଜପତ୍ର ପକାଇ ଫୁଟାନ୍ତୁ । ଏଥର କଟା ପିଆଜ ପକାଇ ଲାଲ ହେବାଯାଏଁ ଭାଜନ୍ତୁ । ସେଥିରେ କଞ୍ଚାଲଙ୍କା, ରସୁଣ, ହଳଦି, ଲଙ୍କାଗୁଣ୍ଡ, ଧନିଆପତ୍ର, ତିଆରି ମସଲା ପକାଇ ୩-୪ ମିନିଟ୍ ଭାଜନ୍ତୁ । ତା’ପରେ ନଡ଼ିଆକୋରା ପକାଇ ଆଉ ୨ ମିନିଟ୍ ଭାଜି ମଟର, ଆଳୁ, ବାଇଗଣ, ଫୁଲକୋବି ଏବଂ ୧୦୦ ମିଲିଗ୍ରାମ୍ ପାଣି ଦିଅନ୍ତୁ । ପାଣି ଫୁଟି ପରିବା ଅଧା ସିଝିଗଲେ ଚାଉଳ, ଚିନିପାଣି ଓ ଦରକାରମୁତାବକ ଲୁଣ ଦେଇ ମଧ୍ୟମ ଆଞ୍ଚରେ ଘୋଡ଼ଣୀ ଦେଇ ରାନ୍ଧନ୍ତୁ (ପ୍ରାୟ ୪-୫ ମିନିଟ୍) । ଶେଷରେ ଧନିଆପତ୍ର, କାଜୁ ଭଜା ଓ ବଟର ପକାଇ ସର୍ଭିଙ୍ଗ ପ୍ଲେଟକୁ କାଢ଼ନ୍ତୁ ।
ଆମ ରୋଷେଇ- ମସଲା ଭାତ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
