ଏଗ୍ କୋରମା
ସାମଗ୍ରୀ:
ସିଝା ଅଣ୍ଡା ୪ଟା, ପିଆଜ, ଅଦା, ରସୁଣ ପେଷ୍ଟ, ଧନିଆ, ଜିରା ଗୁଣ୍ଡ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଫ୍ରାଏଡ ଓନିଅନ, କାଜୁ ପେଷ୍ଟ, ଦହି ଅଧା କପ୍, କ୍ଷୀର ଏକ କପ୍, ରିଫାଇନ ତେଲ, କଟା କଞ୍ଚାଲଙ୍କା।
ପ୍ରଣାଳୀ:
ପ୍ରଥମେ ୪ଟି ଅଣ୍ଡାକୁ ସିଝାଇ ଦିଅନ୍ତୁ। ଏହାକୁ ଛୁରିରେ ଟିକେ ଚିହ୍ନ ଦେଇ ସେଥିରେ ଅଧା ଚାମଚ ଲୁଣ, ହଳଦି ଗୁଣ୍ଡ ଦେଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍ରେ ଏକ ପ୍ୟାନ୍ରେ ରିଫାଇନ ତେଲ ଗରମ କରି ସିଝା ଅଣ୍ଡାକୁ ଫ୍ରାଏ କରି ନିଅନ୍ତୁ। ଗୋଲଡେନ କଲର ହେଲେ ବାହାର କରି ଦିଅନ୍ତୁ।
ଏହାପରେ ପ୍ୟାନରେ ୨ ଚାମଚ ତେଲ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ ଓ ଡାଲଚିନି ଆଦି ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ବାସ୍ନା ଆସିବା ପରେ ଏକ ବଡ ପିଆଜ ପେଷ୍ଟ, ୨ ଚାମଚ ରସୁଣ, ଅଦା ପେଷ୍ଟ ପକାଇ କିଛି ସମୟ କଷନ୍ତୁ। ସେଥିରେ ହଳଦି ଗୁଣ୍ଡ, ଚିଲି ପାଉଡର, ଜିରା, ଧନିଆ ଗୁଣ୍ଡ, କଟା କଞ୍ଚାଲଙ୍କା, ଲୁଣ ପକାନ୍ତୁ। ଏହାପରେ ହାଫ୍ କପ ପାଣି ଦେଇ କଷନ୍ତୁ।
ଅଧ ଘଣ୍ଟା ପୂର୍ବରୁ ୨୦ଟି କାଜୁକୁ ପାଣିରେ ଭିଜାଇ ରଖିଥିବା ବେଳେ ଏହାକୁ ବାଟି ଦିଅନ୍ତୁ। ପରେ ଏହି ପେଷ୍ଟକୁ କଷା ମସଲାରେ ପକାଇ ଘାଣ୍ଟନ୍ତୁ। ଏହାପରେ ସେଥିରେ ହାଫ୍ କପ୍ ଦହି ପକାଇ ଘାଣ୍ଟନ୍ତୁ। ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟିବା ପରେ ସେଥିରେ ଅଣ୍ଡା ପକାଇ ଦିଅନ୍ତୁ। ଏହାକୁ ସିମ୍ କରି ଘୋଡାଇ କିଛି ସମୟ ଛାଡି ଦିଅନ୍ତୁ। ଏହାପରେ ସେଥିରେ ଏକ କପ୍ କ୍ଷୀର ଓ ଫ୍ରାଏଡ୍ ଓନିଅନ ପକାଇ ଗୋଳାନ୍ତୁ। ଏହାକୁ ମଧ୍ୟ କିଛି ସମୟ ଫୁଟିବାକୁ ଛାଡି ଦିଅନ୍ତୁ।
କ୍ଷୀର ମିଶାଇଲେ କ୍ରିମି ଗ୍ରେଭି ଓ ଟେଷ୍ଟି ହେବ। ଏହାପରେ ପ୍ରସ୍ତୁତ ହୋଇଯିବ ଅଣ୍ଡା କୋରମା । ଏହାକୁ ସଜାଇବା ଲାଗି ଏହା ଉପରେ ଫ୍ରାଏଡ ଓନିଅନ ଓ ଧନିଆପତ୍ର ପକାନ୍ତୁ। ଗରମାଗରମ ହିଁ ନାନ୍, ରୁଟିରେ ଖାଆନ୍ତୁ।
ଏଗ୍ କୋରମା କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
