ନୂଆ ଜର୍ସିରେ ଖେଳିବ ଆରସିବି
ନୂଆଦିଲ୍ଲୀ : ଆଇପିଏଲ୍ର ବାକିଥିବା ଅବଶିଷ୍ଟ ମ୍ୟାଚରେ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ନୂଆ ଜର୍ସିରେ ଖେଳିବ ଆରସିବି ।
ନୂଆ କିଟ୍ ପାର୍ଟନର୍ ଘୋଷଣା ପରେ ଜଣାପଡ଼ିଛି ବିରାଟ କୋହଲିଙ୍କ ଦଳ ଏହି ମ୍ୟାଚ୍ରେ ଲାଲ୍ ରଙ୍ଗ ପରିବର୍ତେ ନୀଳ ରଙ୍ଗ ପୋଷାକରେ ପଡ଼ିଆକୁ ଓହ୍ଲାଇବ। କୋଭିଡ୍ ମହାମାରୀର ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆର୍ସିବି ଏହି ‘ଗୋ ଗ୍ରିନ୍’ ଅଭିଯାନ କରିଛି। ଆଇପିଏଲ୍ ପ୍ରଥମ ଚରଣ ବେଳେ ଆର୍ସିବି ମଧ୍ୟ ବାଙ୍ଗାଲୋର୍ ଏବଂ ଦେଶର ଅନ୍ୟ ସହରକୁ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
