ଆରଏଡବ୍ଲୁର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହେଲେ ରବି ସିହ୍ନା
ନୂଆଦିଲ୍ଲୀ : ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ୍) ଆରଏଡବ୍ଲୁର ନୂଆ ମୁଖ୍ୟ ଭାବେ ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡର ଆଇପିଏସ ଅଫିସର ରବି ସିହ୍ନାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ରବି ସିହ୍ନା ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବେ । ରବି ସିହ୍ନା ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଅଛନ୍ତି। ଏହି ମାସ ଜୁନ ୩୦ ତାରିଖରେ ସେ ର’ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇ ଏହି ପଦବୀରେ ଦୁଇବର୍ଷ ରହିବେ ।
