ରାଶି ଅନୁଯାୟୀ ରାକ୍ଷୀ, ମିଠା ଓ ଉପହାର
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । । ଭାଇ ଓ ଭଉଣୀର ଦିନ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଭାଇଭଉଣୀଙ୍କ ସ୍ନେହର ସାକ୍ଷୀ ପବିତ୍ର ରାକ୍ଷୀ। ଭଉଣୀକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେବ ଭାଇ । କେଉଁ ରାଶି ପାଇଁ କିଭଳି ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଶୀ ଅନୁସାରେ ରାକ୍ଷୀର ରଙ୍ଗ :
ମେଷ, ବିଛା ରାଶି – ଲାଲ ରଙ୍ଗ
ବୃଷଭ, ତୁଳା,କର୍କଟ ରାଶି – ଧଳା କିମ୍ବା ପାଉଁଶିଆ ରଙ୍ଗ
ମିଥୁନ, କନ୍ୟା ରାଶି – ସବୁଜ ରଙ୍ଗ
ସିଂହ ରାଶି – ଗୋଲାପି କିମ୍ବା ସ୍ୱର୍ଣ୍ଣ ରଙ୍ଗ
ଧନୁ, ମୀନ ରାଶି – ହଳଦିଆ ରଙ୍ଗ
ମକର , କୁମ୍ଭ ରାଶି – ନୀଳ ରଙ୍ଗ
ସେହିପରି ଜାଣନ୍ତୁ ରାଶି ଅନୁଯାୟୀ ଭାଇଙ୍କ ପାଇଁ ମିଠା ପ୍ରସ୍ତୁତ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ମିଠା।
ମେଷ – ନିଜ ଭାଇଙ୍କୁ ମାଲପୁଆ ପ୍ରସ୍ତୁତ କରି ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇପାରିବେ।
ବୃଷ ରାଶି – ଭାଇଙ୍କୁ ଧଳା ରଙ୍ଗର ମିଠା ଖୁଆନ୍ତୁ। ଖିରୀ ମଧ୍ୟ ଖୁଆଇପାରିବେ।
ମିଥୁନ ରାଶି – ଭାଇଙ୍କୁ ବେସନରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ହଳଦୀ ରଙ୍ଗର ଅନ୍ୟ ମିଠା ମଧ୍ୟ ଖୁଆଇପାରିବେ।
କର୍କଟ ରାଶି – ଭାଇଙ୍କୁ ରାବିଡ଼ି ଖୁଆନ୍ତୁ।
ସିଂହରାଶି – ହଳଦିଆ ରଙ୍ଗର ମିଠା ଖୁଆନ୍ତୁ।
କନ୍ୟା ରାଶି – ବେସନର ଲଡ଼ୁ ଖୁଆନ୍ତୁ।
ତୁଳା ରାଶି – ହଲୱା ପ୍ରସ୍ତୁତ କରି ଖୁଆନ୍ତୁ।
ବିଛା ରାଶି – ଗୁଡ଼ରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇ ପାରିବେ।
ଧନୁ ରାଶି – ରସୋଗଲା ଖୁଆନ୍ତୁ।କେସରରେ ପ୍ରସ୍ତୁତ ମିଠା ମଧ୍ୟ ଖୁଆଇପାରିବେ।
ମକର ରାଶି – ଗୋଲାପଜାମୁ ଖୁଆନ୍ତୁ।
କୁମ୍ଭ ରାଶି – କାଲାକନ୍ଦ ଖୁଆନ୍ତୁ।
ମୀନ ରାଶି – ଖିରରେ ପ୍ରସ୍ତୁତ କେକ ଖାଆନ୍ତୁ।
ଅନ୍ୟପକ୍ଷରେ ତେବେ ବିଶ୍ୱାସ ରହିଛି, ରାଶି ଅନୁଯାୟୀ ଉପହାର ଦେଲେ ଭଉଣୀର ଜୀବନ ସୁଖଦ ହୋଇଥାଏ । ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ରାଶିକୁ କେଉଁ ଉପହାର ଦେବା ଉଚିତ ହେବ।
ମେଷ – ଭଉଣୀର ରାଶି ମେଷ ହୋଇଥିଲେ ତାଙ୍କୁ ଲାଲ ରଙ୍ଗର କପଡା ଉପହାର ଦିଅନ୍ତୁ । ଭଉଣୀ ଜୀବନରେ ସୁଖ ଶାନ୍ତି ଭରିଦେବ ।
ବୃଷ – ବୃଷ ରାଶିର ଭଉଣୀଙ୍କୁ ଭାଇ ଚଳିତ ବର୍ଷ ରୁପାରେ ତିଆରି ଉପହାର ଦିଅନ୍ତୁ ।
ମିଥୁନ – ଏହି ରାଶିର ଭଉଣୀଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ ଦେବା ଉଚିତ ହେବ ।
କର୍କଟ – କର୍କଟ ରାଶି ପାଇଁ ଏହି ବର୍ଷ ଦୌଡୁଥିବା ଘୋଡାର ଫଟୋ ବା ଚିତ୍ର ଦେଲେ ଲାଭ ହେବ ।
ସିଂହ – ଏହି ରାଶିର ଭଉଣୀଙ୍କ ପାଇଁ ଶୀତ ବସ୍ତ ଉପଯୋଗୀ ହେବ ।
କନ୍ୟା – କନ୍ୟା ରାଶିର ଭଉଣୀକୁ ଉପହାରରେ ଘର ସଜ୍ଜାର ସାମଗ୍ରୀ ଦେବା ଠିକ୍ ହେବ ।
ତୁଳା – ଏହି ରାଶିର ଭଉଣୀଙ୍କୁ ରେଶମ ବସ୍ତ୍ର ଉପହାରରେ ଦିଅନ୍ତୁ ।
ବିଛା – ବିଛା ରାଶି ପାଇଁ ମେହରାନ ବସ୍ତ୍ର ଲାଭ ଦାୟୀ ହେବ ।
ଧନୁ – ଧାତୁ ଦ୍ୱାରା ନିର୍ମିତ ବସ୍ତୁ ଚଳିତ ବର୍ଷ ଦିଅନ୍ତୁ ।
ମକର – ଉଲ ବସ୍ତ୍ର ମକର ରାଶିର ଭଉଣୀ ପାଇଁ ଶୁଭ ହେବ ।
କୁମ୍ଭ – ହୀରାର ଉପହାର କୁମ୍ବ ରାଶି ଭଉଣୀଙ୍କ ପାଇଁ ଶୁଭ ହେବ ।
ମୀନ – ଏହି ରାଶିର ଭଉଣୀକୁ ଚଳିତ ରାକ୍ଷୀରେ ନୀଳ ରଙ୍ଗର ପୋଷାକ ଉପହାର ଦେବା ଉଚିତ ।
