ରାକ୍ଷୀ ପୂର୍ଣ୍ଣିମାର ପୌରାଣିକ ତଥ୍ୟ
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । । ଭାଇ ଓ ଭଉଣୀର ଦିନ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଭଉଣୀକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେବ ଭାଇ । ତେଣୁ କରି ପ୍ରତି ଘରେ ଘରେ ଆଜି ପିଠା ମିଠାର ଆସର । ସକାଳୁ ଉଠି ସ୍ନାନ ସାରି ଭାଉଣୀ ଭାଇକୁ ପୂଜା କରି ହାତରେ ରାକ୍ଷୀ ବାନ୍ଧିବାରେ ମାହୋଲ ଦେଖିବାକୁ ମିଳୁଛି । ଭାଇ ମଧ୍ୟ ଏହିି ଅବସରରେ ଭଉଣୀ ପାଇଁ ମନଲାଖି ଉପହାର ଆଣିଛି । ଉପହାର ପାଇଁ ଭଉଣୀ ମଧ୍ୟ ବେଶ ଖୁସି । ଅନ୍ୟପଟେ ଦୂରରେ ଥିବା ଭାଇ ପାଇଁ ମଧ୍ୟ ଭଉଣି ରାକ୍ଷୀ ପଠାଇଛି । ସାରା ଦେଶରେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରାଯାଉଛି । କେବଳ ଘରେ ନୂହେଁ ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି । ଶ୍ରୀ ମନ୍ଦିରରେ ଏହି ପର୍ବ ପାଳନ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ମଧ୍ୟ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି । ଏହି ପର୍ବକୁ ବଳଭଦ୍ର ଜନ୍ମ ମଧ୍ୟ କୁହାଯାଇ ଥାଏ।
ଏହି ପର୍ବ ପାଳନ କରିବା ପଛରେ ରହିଛି ପୌରାଣିକ ତଥ୍ୟ । ମହାଭରତର ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଦ୍ରୌପଦୀ ଅନ୍ୟତମ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ଦ୍ରୌପଦୀ ନିଜ ପିନ୍ଧା ଶାଢୀର କାନୀକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଥିଲେ । ଯାହା ଫଲରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ବିପଦରୁ ରକ୍ଷଶ କରିବେ ବୋଲି କଥା ଦେଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ସେହି ଦିନ ଠାରୁ ଏହି ପର୍ବ ପାଳିତ ହୋଇ ଆସୁଛି ।
ସେହିପରି ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।
