ପୁଣି ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ! ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ନେଇ ସୋସିଆଲ ମିଡିଆରେ ଦେଲେ ସୂଚନା
ମୁମ୍ବାଇ : ବଲିଉଡ୍ର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କୁ କିଏ ବା ନ ଜାଣେ | ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ରାକ୍ଷୀ ସାୱନ୍ତ | ତାଙ୍କର ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
ପ୍ରଥମ ଥର ପାଇଁ ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ଦେଖି ନଥିଲେ । ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମରେ ରାକ୍ଷୀ ନିଜେ ସୂଚନା ଦେଇଛନ୍ତି। ରାକ୍ଷୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି- ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ’ ଶୋ ପରେ ବହୁତ କିଛି ଘଟି ଯାଇଛି । ଏବଂ ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ମୁଁ ଭାବୁଛି ଏହା ଭଲ ଯେ ଆମେ ଦୁହେଁ ଭଲ ଭାବରେ ଆଗକୁ ବଢିବୁ ଏବଂ ଆମେ ଦୁହେଁ ଅଲଗା ଅଲଗା ହୋଇ ଜୀବନକୁ ଉପଭୋଗ କରିବୁ। ସେ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରକୃତରେ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏହା ଘଟିଥଲା, ଯେଉଁଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଲା। ମୁଁ ରିତେଶଙ୍କୁ ଶୁଭକାମନା ଜଣାଇଛନ୍ତି , କିନ୍ତୁ ଜୀବନର ଏହି ପର୍ଯ୍ୟାୟରେ ମୋ ପାଇଁ ମୋର କାର୍ଯ୍ୟ ଓ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ଆଉ ମଧ୍ୟ ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମତେ ବୁଝିଥିବା ଆଉ ସହଯୋଗ କରିଥିବାରୁ ଧନ୍ୟବାଦ କହିଛନ୍ତି |
