୨୩ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ଗଲେ ରାଜ କୁନ୍ଦ୍ରା
ମୁମ୍ବଇ : ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଆସନ୍ତା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଏହାସହିତ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରିୟାନ ଥରପ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଥିଲା। ରାଜ କୁନ୍ଦ୍ରା ଏବଂ ରିଆନ୍ ତରପଙ୍କୁ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୋଲିସ ହେପାଜତକୁ ପଠାଯାଇଛି।
କୁନ୍ଦ୍ରା ଗିରଫ ହେବା ପରଠାରୁ ତାଙ୍କର ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟରେ ସେ ବେଶ୍ୟାବୃତି ଓ ପର୍ଣ୍ଣୋଗ୍ରାଫି ବିଷୟରେ କହିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ରାଜଙ୍କ ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ମିଡିଆରେ ରାଜ କୁନ୍ଦ୍ରାଙ୍କ ଦୁଇଟି ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଟ୍ୱିଟରେ ସେ ଲେଖିଛନ୍ତି ଯେ ଏଠାରେ ବର୍ତ୍ତମାନ ପର୍ଣ୍ଣ ବନାମ ବେଶ୍ୟାବୃତି ରହିଛି। କ୍ୟାମେରାରେ କାହାକୁ ସେକ୍ସ ପାଇଁ ଦେୟ ଦେବା ଆଇନଗତ କାହିଁକି ? ଏହା ପରସ୍ପରଠାରୁ କିପରି ଭିନ୍ନ ହୋଇପାରେ ? ୨୦୧୨ ମାର୍ଚ୍ଚ ୨୯ ତାରିଖରେ ସେ ଏହି ଟ୍ୱିଟ କରିଥିଲେ। ଏ ବାବଦରେ କୁନ୍ଦ୍ରା ଆଉ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ଦ୍ୱିତୀୟ ଟ୍ୱିଟ ସେ ୨୦୧୨ ମେ’ ୩ ତାରିଖରେ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ ବର୍ତ୍ତମାନ ଅଭିନେତା କ୍ରିକେଟ୍ ଖେଳୁଛନ୍ତି। କ୍ରିକେଟରମାନେ ରାଜନୀତି କରୁଛନ୍ତି ଏବଂ ରାଜନେତାମାନେ ପର୍ଣ୍ଣ ଦେଖୁଛନ୍ତି ଏବଂ ପର୍ଣ୍ଣ ତାରକାମାନେ ଅଭିନୟ କରୁଛନ୍ତି। କୁନ୍ଦ୍ରା ଗିରଫ ହେବା ପରଠାରୁ ପ୍ରାୟ ନଅ ବର୍ଷର ତଳର ଏହି ଦୁଇଟି ଟ୍ୱିଟ୍ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ପୋଲିସ ଏହି ଟ୍ୱିଟ ବିଷୟରେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା କରୁଛି।
ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ଵାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଗିରଫ କରିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଏବଂ କିଛି ଆପ୍ସରେ ଏହାର ପ୍ରସାରଣ କରିଥିବାର ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ ଅନୁଯାୟୀ. ୨୦୨୧ ଫେବୃଆରୀରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଏବଂ ସେଗୁଡିକୁ କିଛି ଆପ୍ସରେ ପ୍ରସାରଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ତରଫରୁ ସୋମବାର ରାତିରେ ଏହାର ସୂଚନା ଦିଆଯାଇଛି। ଅଶ୍ଳୀଳ ଭିଡିଓ ପ୍ରସାରଣ ମାମଲାରେ କୁନ୍ଦ୍ରା ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ କହିଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ସୂଚନା ଯେ, ଗତ ଫେବୃଆରୀ ୪ ତାରିଖରେ ମାଲୱାନୀ ପୋଲିସ ଷ୍ଟେସନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତା’ପରେ ଜଣେ ମହିଳା ପୋଲିସ ଷ୍ଟେସନ ଯାଇ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଗୁରୁତର ଅଭିଯୋଗ ଆଣିଥିଲେ। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୋଗ ଆଧାରରେ ପୋଲିସ କୁନ୍ଦ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜ୍ଜୁ କରିଥିଲା ଏବଂ ପୁରା ମାମଲା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
