କ୍ରିକେଟ ପ୍ରେମୀଙ୍କୁ ଝଟକା! ଓଡ଼ିଶା ଆସିବେନି ରାହୁଲ
ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା । ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଅଧିନାୟକ କେଏଲ ରାହୁଲ । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ନେଟରେ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି । ସେ ମଧ୍ୟ ଏହି ସିରିଜରେ ଖେଳିପାରିବେ ନାହିଁ । ବିସିସିଆଇ ମଧ୍ୟ ଏହା ସ୍ପଷ୍ଟ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରାଯାଇଛି । ରାହୁଲ ଓ ଯାଦବ ଏନସିଏରେ ମେଡିକାଲ ଟିମ ଅନୁଧ୍ୟାନରେ ରହିଛନ୍ତି।
ଭାରତୀୟ ଦଳ: ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, ଦୀପକ ହୁଦା, ଶ୍ରେୟାଶ ଆୟାର, ଦୀନେଶ କାର୍ତିକ, ଭେଙ୍କଟେଶ ଆୟାର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାଁ, ଅର୍ଶଦୀପ ସିଂ ଓ ଉମରାନ ମଲିକ ।
