ମନ୍ତ୍ରୀଙ୍କ ସଂଖ୍ୟା ବଢ଼ୁଛି, ଭାକ୍ସିନ୍ ନୁହେଁ : ରାହୁଲ
ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ କେନ୍ଦ୍ର ଉପରେ କଡ଼ାକଥା କହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ସରକାରକୁ ଘେରିଛନ୍ତିି । ଏଥର ରାହୁଲ ମୋଦୀ ସରକାରଙ୍କ ମନ୍ତ୍ରୀ ପରିଷଦ ସମ୍ପ୍ରସାରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସରକାର ମନ୍ତ୍ରୀମାନଙ୍କ ସଂଖ୍ୟା ବଢ଼ାଇବାରେ ଧ୍ୟାନ ଦେଉଛନ୍ତି, କିନ୍ତୁ ଭ୍ୟାକ୍ସିନ ସଂଖ୍ୟା ବଢ଼ାଇବା କ୍ଷେତ୍ରରେ ସରକାର ଅସମର୍ଥ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଟ୍ୱିଟ୍ କରି କହିଛନ୍ତି, ମନ୍ତ୍ରୀମାନଙ୍କର ସଂଖ୍ୟା ବଢ଼ିଛି, ଭ୍ୟାକ୍ସିନ୍ର ନୁହେଁ । ନିଜର ଏହି ଟ୍ୱିଟ୍ରେ ସେ ପ୍ରଶ୍ନ କରିଛନ୍ତି ଯେ ଭ୍ୟାକ୍ସିନ୍ କୁଆଡ଼େ ଗଲା?
