କର୍ଣ୍ଣାଟକ ରାଜ୍ୟପାଳ ଭାବେ ଥାବରଚନ୍ଦ ଗହଲୋତଙ୍କ ଶପଥ ଗ୍ରହଣ
ବେଙ୍ଗଲୁରୁ : ଥାବରଚନ୍ଦ ଗହଲୋତ ରବିବାର ଦିନ କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏ.ଏସ. ଓକା ରାଜବନରେ ଗହଲୋତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଅବସରରେ ପୂର୍ବତନ ରାଜ୍ୟପାଳ ବଜୁଭାଇ ବାଲା, ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରାପ୍ପା ଏବଂ ତାଙ୍କ ମନ୍ତ୍ରୀ ପରିଷଦର ସହଯୋଗୀ, ଅନ୍ୟ ଜନ ପ୍ରତିନିଧି ଓ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ପରେ ମୁଖ୍ୟ ବିଚାରପତି ଏ.ଏସ. ଓକା, ବଜୁଭାଇ ବାଲା ଓ ୟେଦୁରାପ୍ପା ନୂଆ ରାଜ୍ୟପାଳଙ୍କୁ ବଧାଇ ଜଣାଇଛନ୍ତି ।
