ବୁର୍ଲା ଭିସୁଟରେ ରାଗିଂ, ଥାନାରେ ଅଭିଯୋଗ
ସମ୍ୱଲପୁର : ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଭିସୁଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନା ଯେ, ଛାତ୍ର ଜଣକ ନିଜ ହଷ୍ଟେଲ ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷ ବା ଶେଷ ବର୍ଷର ଛାତ୍ର ହଷ୍ଟେଲ ରୁମରେ ପଶି ଆସି ରାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ । ପୀଡ଼ିତ ଜଣକ ଇଲେକ୍ଟ୍ରୋନିକ ଆଣ୍ଡ ଟେଲି କମ୍ୟୁନିକେସନ ବିଭାଗର ଛାତ୍ର ବୋଲି ଜଣାପଡ଼ିଛି।
