ବାପା ହେଲେ ରାଫେଲ୍ ନାଦାଲ, ପୁତ୍ର ସନ୍ତାନ ଜନ୍ମଦେଲେ ପତ୍ନୀ ମାରିଆ
ମାଲୋର୍କା : ବାପା ହେଲେ ସ୍ପେନ୍ର ଟେନିସ୍ ଷ୍ଟାର ରାଫେଲ ନାଦାଲ । ମାଲୋର୍କା ସ୍ଥିତ ଏକ କ୍ଲିନିକରେ ପତ୍ନୀ ମାରିୟା ଫ୍ରାନସିସ୍କା ପେରେଲୋ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ସେ ପ୍ରଥମ ଥର ବାପା ହୋଇଛନ୍ତି । ଏଥିସହ ନାଦାଲ ତାଙ୍କ ପତ୍ନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ ପ୍ରଶଂସକ ଏବଂ ଆଥଲେଟମାନେ ନାଦାଲ ତ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏନେଇ ସ୍ପେନ୍ର ପ୍ରସିଦ୍ଧ ଫୁଟବଲ କ୍ଲବ ରିୟଲ ମାଦ୍ରିଦ୍ ତାଙ୍କ ଅଧିକାରୀକ ଟ୍ୱିଟ୍ ହ୍ୟାଣ୍ଡଲରେ ଏହି ଖବର ସେୟାର କରିଛନ୍ତି ଓ ଦମ୍ପତ୍ତିଙ୍କୁ ସୁଭେଚ୍ଛା ଜଣାଇଛନ୍ତି।
ଫୁଟବଲ କ୍ଲବ ରିୟଲ ମାଦ୍ରିଦ୍ ତାଙ୍କ ଅଧିକାରୀକ ଟ୍ୱିଟ୍ ହ୍ୟାଣ୍ଡଲରେ ଏହି ଖବର ସେୟାର କରିଛନ୍ତି ଓ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ଆମର ପ୍ରିୟ ମାନନୀୟ ସଦସ୍ୟ ରାଫେଲ ନାଡାଲ ଓ ମାରିୟା ପେରେଲୋ ତାଙ୍କ ପ୍ରଥମ ସନ୍ତାନର ଜନ୍ମ ଲାଗି ବଧେଇ। ଆମେ ଏହି ମୁହୁର୍ତ୍ତର ଖୁସିକୁ ସେୟାର କରିବା ପାଇଁ ଆପଣଙ୍କ ସାଥ ଦେଉଛୁ ଓ ଶୁଭ କାମନା ଜଣାଉଛୁ ବୋଲି ଉଲ୍ଲେଖ କରିଛନ୍ତି।
ଚଳିତବର୍ଷ ୱାର୍ଲଡ ନମ୍ବର ୱାନ ହେବା ଲାଗି ନାଦାଲଙ୍କ ଲାଗି ଯଥେଷ୍ଟ ସୁଯୋଗ ଅଛି । ଚଳିତବର୍ଷ ପ୍ରାରମ୍ଭରେ ୩୬ ବର୍ଷିୟ ଟେନିସ୍ ଷ୍ଟାର ଅଷ୍ଟ୍ରେଲିୟାନ ଓପନ ବିଜୟୀ ହୋଇଥିଲେ। ୨୨ ଥର ଗ୍ରାଣ୍ଡସ୍ଲାମ ବିଜେତା ଚଳିତବର୍ଷ ଚତୁର୍ଦ୍ଦଶ ଥର ଲାଗି ଫ୍ରେଞ୍ଚ ଓପନ ୨୦୨୨ ଜିତିବାରେ ସଫଳ ହୋଇଛନ୍ତି।
ସୂଚନା ଯେ, ନାଦାଲ ୨୦୦୫ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ୧୪ ବର୍ଷ ଯାଏଁ ଡେଟ୍ କରିବା ପରେ ଗତ ୨୦୧୯ ଅକ୍ଟୋବର ୧୯ରେ ବିବାହ କରିଥିଲେ। ଗତ ଜୁନ ମାସରେ ନାଦାଲ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପତ୍ନୀ ଗର୍ଭବତୀ ଥିବା ପୁଷ୍ଟି କରିଥିଲେ। ୩ ବର୍ଷ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ଵାଗତ କରିଛନ୍ତି।
