ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର : : ତା ୩୦ ନଭେମ୍ବର ରୁ ତା ୦୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ଓଡିଶା କଂକ୍ଲେବ ୨୦୨୨ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଅଭିନ୍ୱ ରୋଜଗାର ଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି କ୍ଷ ଏହି ବିଶେଷ ସମ୍ବର୍ଦ୍ଧନା ଟ୍ରଫି ମାନ୍ୟବର ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କୁ ପ୍ରଦାନ କରିଥିଲେ କ୍ଷ ଏହି ବିଶେଷ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର,୫ଞ ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ, ମିଶନ ଶକ୍ତି ବିଭାଗ ର ପ୍ରମୁଖ ସଚିବ ସୁଜାତା କାର୍ତ୍ତିକେୟନ ଙ୍କ ସହ ବହୁ ଅଧିକାରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ କ୍ଷ ପ୍ରକାଶ ଥାଉକି ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଳା ରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନ କୁ ଜିଲ୍ଲାରେ ଗୁରୁତ୍ୱ ପ୍ରଦାନ କରାଯାଇଛି କ୍ଷ ଚଳିତ ବର୍ଷ ଜିଲ୍ଲାରେ ୨୦୦୦୦ ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାରୀ କରଣ କରାଯାଇ ପାରିଛି କ୍ଷ ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଳା ମିଶନ ଶକ୍ତି ଦ୍ୱାରା ଗଠିତ ଗଜଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ, ରାଧାକୃଷ୍ଣ ମହିଳା ଗୋଷ୍ଠୀ ପ୍ରମୁଖ ସାମିଲ ରହିଥିବା ବେଳେ ସୁବର୍ଣାଶ୍ରୀ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ଆଇସକ୍ରିମ ର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି କ୍ଷ ପୁନଶ୍ଚ ଏହି ବିଶେଷ ସମାରୋହରେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସଫଳ ଉଦ୍ୟୋଗୀ ର ନିଦର୍ଶନ ସ୍ୱରୂପ ପୁରସ୍କୃତ ହୋଇଛି କ୍ଷ ଏହି ଗୋଷ୍ଠୀ ୨୦୧୮ ରେ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ଏହି ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସହ ଛତୁ ଉତ୍ପାଦନ ଓ ତାଲିମ, ମସଲା ଉତ୍ପାଦନ ସହିତ କାଗଜ ଖଲି ଓ ପ୍ଲେଟ ଉତ୍ପାଦନ କରି ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଅନ୍ୟ ମାନଙ୍କୁ ରୋଜଗାର ଓ ଆର୍ôଥକ ସ୍ୱଚ୍ଛଳ କରି ଜିଲ୍ଳା ପାଇଁ ଉଦାହରଣ ହୋଇପାରିଛି କ୍ଷ ଏହି ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଡି ପି ଏମ ଫ୍ରାନସିସ ଲାକ୍ରା, ଓ ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଳା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ ର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ I
