କୁଓରତାନି ଗେମସ : ୮୬.୬୯ ମିଟର ଦୂରକୁ ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ନିରବଚ୍ଛିନ୍ନ ବର୍ଷା ସତ୍ତେ ଫିନ୍ଲାଣ୍ଡ୍ରେ ଚାଲିଥିବା କୁଓର୍ତାନି ଗେମ୍ସ୍ରେ ପ୍ରଥମ ଉଦ୍ୟମରେ ୮୬.୬୯ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।୮୬.୬୪ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ତାଙ୍କ ପଛକୁ ଅଛନ୍ତି ତ୍ରିନିଦାଦ୍ର କେସର୍ଣ୍ଣ ୱାଲ୍କୋଟ୍। ସେହିପରି, ୮୪.୭୫ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ଅଛନ୍ତି ଗ୍ରେନାଡାର ଅଣ୍ଡର୍ସନ୍ ପିଟର୍ସ।ନୀରଜ ଚୋପ୍ରାଙ୍କ ସହିତ ସନ୍ଦୀପ ଚୌଧୁରୀ ନାମରେ ଆଉ ଜଣେ ଭାରତୀୟ ଜାଭ୍ଲିନ୍ ଖେଳାଳି ମଧ୍ୟ ଭାଗ ନେଇଥିଲେ। କିନ୍ତୁ, ସେ ମାତ୍ର ୬୦.୩୫ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ୮ମ ସ୍ଥାନରେ ରହିଛନ୍ତି।ବର୍ଷା ଯୋଗୁଁ କୁଓର୍ତାନି ଗେମ୍ସ୍ ବିଶେଷ ପ୍ରଭାବିତ ହୋଇଛି। ଖେଳାଳିମାନେ ଆଶାନୁରୂପ ଖେଳ ପ୍ରଦର୍ଶନ କରି ପାରିନାହାନ୍ତି। ଶନିବାର ଦିନ ତୃତୀୟ ଥର ଜାଭ୍ଲିନ୍ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ନୀରଜ ଚୋପ୍ରା ମଧ୍ୟ ଅସୁବିଧାରେ ପଡ଼ିଥିଲେ। ନୀରଜଙ୍କର ଦ୍ୱିତୀୟ ଉଦ୍ୟମ ‘ଫାଉଲ୍’ ହେବା ପରେ ତୃତୀୟ ଉଦ୍ୟମ ବେଳେ ଓଦା ଟ୍ରାକ୍ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିଲେ। ସୌଭାଗ୍ୟକୁ ସେ ଆହତ ହୋଇ ନ ଥିଲେ। ତାଙ୍କର କିଛି ଅସୁବିଧା ହୋଇନାହିଁ ଏବଂ ସେ ଭଲ ଅଛନ୍ତି ବୋଲି ନୀରଜ ସୁନିଶ୍ଚିତ କରିବା ପରେ ‘ଆଥ୍ଲେଟିକ୍ସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ ଟୁଇଟ୍ କରି ଘୋଷଣା କରିଛି।
News from Kuortane: All well with @Neeraj_chopra1 after that bad slip on his third attempt. Nothing to worry ?
— Athletics Federation of India (@afiindia) June 18, 2022
Well done #NeerajChopra, congrats for one more top class performance ? #Indianathletics pic.twitter.com/EaMHJAGi6v
ଗଣ ମାଧ୍ୟମକୁ ନୀରଜ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ୍ ପରେ ଏହା ମୋ ପାଇଁ ଥିଲା ଦ୍ୱିତୀୟ ପ୍ରତିଯୋଗିତା। ଏଇଟା ମଧ୍ୟ ପ୍ରଥମ ଭଳି ଭଲ ହୋଇଛି। ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ଏହାଠାରୁ ବଡ଼ ବଡ଼ ପ୍ରତିଯୋଗିତା ହେବ ଏବଂ ମୁଁ ସେଥିରେ ଭାଗ ନେବାକୁ ଚାହିଁ ବସିଛି। ସେଥିରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଏହି ପ୍ରତିଯୋଗିତା ମତେ ଉତ୍ସାହ ଦେଇଛି।
