ୟୁକ୍ରେନ ସହ ଯୁଦ୍ଧରେ ପୁଟିନ୍ କେବେ ବି ଜିତିପାରିବେ ନାହିଁ : ବାଇଡେନ
ଋଷର ଘେରାବନ୍ଦୀ ପାଇଁ ୧୨ ହଜାର ସୈନିକଙ୍କୁ ପଠାଇଲା ଆମେରିକା
ୱାଶିଂଟନ୍ : ଗତ ୧୭ ଦିନ ହେଲାଣି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଛି ଘମାଘୋଟ ଲଢେଇ। ହେଲେ ଏବେ ସୁଦ୍ଧା ବି ଦୁଇ ଦେଶ ଏହି ଯୁଦ୍ଧକୁ ରୋକିବାକୁ ସଫଳ ହୋଇପାରିନାହାଁନ୍ତି। ସେପଟେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଗୁଡିକ ବି ଏହି ଯୁଦ୍ଧରେ ନିଜ ମୁଣ୍ଡ ପୁରାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷ କୁ ନେଇ ନିଜ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ରକ୍ତମୁଖା ହୋଇ ଋଷ ଯେପରି ଯୁଦ୍ଧ ମୈଦାନକୁ ଓହ୍ଲାଇଛି ତେବେ ପୁଟିନ୍ କେବେ ବି ଜିତିପାରିବେ ନାହିଁ। ଏହାସହ ଋଷର ଘେରାବନ୍ଦୀ ପାଇଁ ୧୨ ହଜାର ସୈନିକଙ୍କୁ ପଠାଇଛି। ଯାହାଫଳରେ ଏହି ଯୁଦ୍ଧ ଏକ ଭୟଙ୍କର ମୋଡରେ ଆସି ଛିଡା ହୋଇଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେ ନାଟୋର ପ୍ରତ୍ୟେକ କ୍ଷେତ୍ରର ପ୍ରତ୍ୟେକ ଇଞ୍ଚକୁ ସୁରକ୍ଷା ଦେବୁ। ଏଥି ସହିତ, ସେ ୟୁକ୍ରେନରେ ତୃତୀୟ ବିଶ୍ୱଯୁଦ୍ଧ ନକରିବାକୁ ମଧ୍ୟ ଜିଦ୍ ଧରିଥିଲେ। ସୂଚନାନୁସାରେ, ଋଷ ସୀମା ନିକଟରେ ଥିବା ଲାତଭିଆ, ଇଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆକୁ ସେ ସୈନ୍ୟ ପଠାଇଛନ୍ତି। ବାଇଡେନ କହିଛନ୍ତି ଯେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରିଥିବା ଯୁଦ୍ଧରେ ଜିତି ପାରିବେ ନାହିଁ। ସେହିପରି ଋଷର ସାମରିକ ଆକ୍ରମଣର ସମ୍ମୁଖୀନ ହେବାପରେ ୟୁକ୍ରେନବାସୀ ସାହସିକତା ଏବଂ ସାହସ ପ୍ରଦର୍ଶନ କରିଛନ୍ତି। ତେଣୁ ଆମେରିକା ଏହାର ପ୍ରତିରକ୍ଷାକୁ ପଛକୁ ଫେରିବ ନାହିଁ। ଆମେ ୟୁକ୍ରେନକୁ ସମର୍ଥନ କରିବା ଜାରି ରଖିବୁ । ସେହି ସମୟରେ, ଆମେ ୟୁରୋପରେ ଆମର ସହଯୋଗୀମାନଙ୍କ ସହିତ କାନ୍ଧରେ କାନ୍ଧରେ ମିଶାଇ ଛିଡା ହେଇଛୁ ଓ ଆଗକୁ ବି ହେବୁ। ମୁଁ ମୋର ୧୨ ହଜାର ସୈନିକ ଘେରାବନ୍ଦୀ ପାଇଁ ଋଷର ସୀମାକୁ ପଠାଇ ଦେଇଛି। ଏହି ସୈନିକମାନେ ଲାତଭିଆ, ଇଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆ ଋଷକୁ ଘେରି ରହିବେ । ଏଥି ସହିତ, ବାଇଡେନ କହିଛନ୍ତି ଯେ ଯଦି ଆମେ ପ୍ରତିଶୋଧ ନେଉ ତେବେ ନିଶ୍ଚିତ ଯେ ତୃତୀୟ ବିଶ୍ୱଯୁଦ୍ଧ ହେବ। କିନ୍ତୁ ଆମେ ନାଟୋକୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ। ତଥାପି, ଆମେ ୟୁକ୍ରେନରେ ତୃତୀୟ ବିଶ୍ୱଯୁଦ୍ଧ ସହିତ ଯୁଦ୍ଧ କରିବୁ ନାହିଁ ବୋଲି ସେ କହିଛନ୍ତି।
ଜୋ ବାଇଡେନ ଏକ ଧମକପୂର୍ଣ୍ଣ ଢଙ୍ଗରେ କହିଛନ୍ତି ଯେ, ଆମେ ପୁଟିନଙ୍କ ଉପରେ ଆମର ଆର୍ଥିକ ଚାପ ବଢାଇବାକୁ ଚେଷ୍ଟା କରିବୁ ଏବଂ ବିଶ୍ୱ ସ୍ତରରେ ଋଷକୁ ଅଲଗା କରିବା ପାଇଁ ସକ୍ଷମ ଅଟୁ। ସେ, ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକୀୟ ପାଇଲଟ ଏବଂ ଆମେରିକୀୟ ସୈନିକମାନେ ବିମାନ ଏବଂ ଟ୍ୟାଙ୍କ ସହ ଯାଉଛନ୍ତି । ଏହାକୁ ଥଟ୍ଟା ଭାବରେ ଋଷ ଗ୍ରହଣ ନକରୁ ବୋଲି ବାଇଡେନ କହିଛନ୍ତି। ବାଇଡେନ କହିଛନ୍ତି ଯେ ଜି-୭ ଦେଶ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି।
