ଯୋବ୍ରା ଦୁର୍ଗାମନ୍ଦିର ପରିଚାଳନା କମିଟିର ପୂର୍ଣ୍ଣାଙ୍ଗ କମିଟି ଗଠିତ
କଟକ : ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା କମିଟିର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । ଦୁର୍ଗାମନ୍ଦିର ପ୍ରାଙ୍ଗଣରେ ଅଂଚଳର ସମସ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁୁ ନେଇ ଅନୁଷ୍ଠିତ ଏକ ସଭାରେ କମିଟିର ସ୍ଥାୟୀ ସଭାପତି ପ୍ରମୋଦ କୁମାର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ସଭାପତି ଭାବେ ପ୍ରମୋଦ କୁମାର ଜେନା, କାର୍ଯ୍ୟକାରୀ ସଭାପତି ତପନ କୁମାର ବେହେରା, ଉପସଭାପତି ସମରେଶ ଚନ୍ଦ୍ର ବେହେରା, ରବୀନ୍ଦ୍ର ଦାସ, ପ୍ରଶାନ୍ତ ଜେନା, ସାଧାରଣ ସଂପାଦକ ଶ୍ରୀମନ୍ତ ଦାସ, ଯୁଗ୍ମ ସଂପାଦକ ମୃତ୍ୟୁଞ୍ଜୟ ବେହେରା, ସହ ସଂପାଦକ ପ୍ରଦୀପ ବେହେରା, ଦେବଦତ୍ତ ବେଉରା, ରାଜେନ୍ଦ୍ର ନାୟକ, ରମେଶ ବେହେରା, ସୁଦର୍ଶନ ବେହେରା, ସଂଗଠନ ସଂପାଦକ/ମୁଖପାତ୍ର ନିକୁଂଜ ପଶାୟତ, ସହ ସଂଗଠନ ସଂପାଦକ କେଦାର ଭୁୟାଁ, କୋଷାଧ୍ୟକ୍ଷ ମଳୟ କୁମାର ବେହେରା, ସହ କୋଷାଧ୍ୟକ୍ଷ ଗଗନ ବିହାରୀ ମହାନ୍ତି, ଆଇନ ପରାମର୍ଶଦାତା ଅମରେନ୍ଦୁ ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ହିସାବ ନିରୀକ୍ଷକ ପ୍ରଭାତ କୁମାର ଦାସ, ସହ ହିସାବ ନିରୀକ୍ଷକ ମାଧବ ଚନ୍ଦ୍ର ନାୟକ, ମାର୍ଗଦର୍ଶକ ବିଧାୟକ ପ୍ରତାପ ଜେନା, ବିଧାୟକ ସୈାଭିକ ବିଶ୍ୱାଳ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିଭଳି ଉପଦେଷ୍ଟା ଭାବେ ୧୯ ଜଣ ରହିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ୨୩ ଜଣଙ୍କୁ ମନୋନୀତ କରାଯାଇଥିବା ସାଧାରଣ ସଂପାଦକ ଶ୍ରୀମନ୍ତ ଦାସ ସୂଚନା ଦେଇଛନ୍ତି ।
