କରୋନା ପଜିଟିଭ୍ ଚିହ୍ନଟ ହେଲେ ପୁରୀ ଗଜପତି
ପୁରୀ : କରୋନା ପଜିଟିଭ୍ ଚିହ୍ନଟ ହେଲେ ପୁରୀ ଗଜପତି ମହାରାଜା। ଫଳରେ ଆସନ୍ତା ଶନିବାର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଶୁକ୍ରବାର ପୁରୀ ଗଜପତି କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଠାକୁର ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ଗଜପତି ମହାରାଜାଙ୍କ ଦ୍ୱାରା ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ମହାରାଜାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେ କରୋନା ପଜିଟିଭ୍ ଆସିଥିବା ତାଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଫଳରେ ମହାରାଜା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଏଥିରେ କୁହାଯାଇଛି । ମହାରାଜା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନଥିବା ବେଳେ କୋଭିଡ୍ ଲକ୍ଷଣ ବୀହିନ ରହିଛି । ତେଣୁ ସେ ୭ ଦିନ ସଂଘରୋଧରେ ରହିବା ନେଇ ଜଣାଯାଇଛି ।
