ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ପଂଜାବ ମୁଖ୍ୟମନ୍ତ୍ରୀ!
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହା ପରେ ରାଜନୈତିକ ପଣ୍ଡିତମାନେ ଅନେକ ଅନୁମାନ କରିଥିଲେ ।
ଅନୁମାନ କରାଯାଉଛି ଯେ, ଯଦି ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟନ୍ତି, ତା’ହେଲେ ଏହି ସମୟରେ ସେ ଚାଷୀଙ୍କ ପ୍ରଦର୍ଶନ ନେଇ ଚର୍ଚ୍ଚା କରିପାରନ୍ତି । ଅମରିନ୍ଦର ସିଂହ ସାମାଜିକ, ଆର୍ଥିକ ଓ ସୁରକ୍ଷା ପ୍ରଭାବ ଦୃଷ୍ଟିରୁ ମୋଦୀଙ୍କ ସହ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି । ଅମରିନ୍ଦର ସିଂହ ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଚାଷୀମାନଙ୍କର ବିରୋଧର ସମାଧାନରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଅମିତ ଶାହାଙ୍କୁ ଭେଟିଥିବା ନେଇ କ୍ୟାପଟେନ ଅମରିନ୍ଦର ସିଂହ ମଙ୍ଗଳବାର ନିଜେ ଟୁଇଟ କରି ଲେଖିଛନ୍ତି ଯେ, ଅମିତ ଶାହାଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛି ।
