ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ନୂଆ ମନ୍ତ୍ରୀ
ଚଣ୍ଡୀଗଡ : ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ। ରବିବାର ଅପରାହ୍ନ ୪ଟା ୩୦ରେ ରାଜବନରେ ଆୟୋଜିତ ସମାରୋହରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଚନ୍ନୀ ତାଙ୍କ ନୂଆ କ୍ୟାବିନେଟରେ ପୂର୍ବର ଅମରିନ୍ଦର ସିଂହଙ୍କ କ୍ୟାବିନେଟର ୫ ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇଛନ୍ତି । ଅମରିନ୍ଦରଙ୍କ କ୍ୟାବିନେଟର ୮ଜଣଙ୍କୁ ସେ ମନ୍ତ୍ରୀ କରିଥିଲା ବେଳେ ଆଉ ୭ ନୂଆ ଚେହେରାଙ୍କୁ ନେଇଛନ୍ତି । ନୂଆଦିଲ୍ଲୀରେ କ୍ୟାବିନେଟ ଚୂଡାନ୍ତ କରିବାକୁ ୩ ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ତେବେ ରାହୁଲଙ୍କୁ ଚନ୍ନୀ ଭେଟିବା ପରେ ତାହା ଚୂଡାନ୍ତ ହୋଇଥିଲା ।
ସୂଚନା ଯେ, ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ ଚୂଡାନ୍ତ କରିଥିଲେ । ଶନିବାର ସେ ରାଜ୍ୟପାଳ ବନୱରି ଲାଲ ପୁରୋହିତଙ୍କୁ ଭେଟି ନୂଆ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ।
