ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ! ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା
ନୀଳଗିରି : ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ନାନା ଯୋଜନା କରୁଥିବାବେଳେ କେତେକାଂଶରେ ଶିକ୍ଷକଙ୍କ ପକ୍ଷରୁ ସରକାରୀ ଘୋଷଣାକୁ ଫୁ କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ ।
ସୂଚନା ଅନୁସାରେ ନୀଳଗିରି ଏନ୍ଏସି କାହାଳିଆର ୯ ନମ୍ବର ୱାର୍ଡ଼ର ଥିବା ବଂଶୀଧର ନୋଡ଼ାଲ ୟୁପି ସ୍କୁଲରେ । ରାତି ପାହିଲେ ସରସ୍ୱତୀ ପୂଜା ପିଲାମାନେ ସାଜସୁଜିରେ ଲାଗିପଡ଼ିଥାନ୍ତି । ଦୁଇ ପିଲାଙ୍କ ମଧ୍ୟରେ କଣ ଟିକେ ଝଗଡ଼ା ଲାଗିଥିଲେ । ମାତ୍ର ପିଲାଙ୍କ ଝଗଡ଼ାକୁ ପ୍ରଧାନ ଶିକ୍ଷକ ବାଲୁକେସ୍ୱର୍ ବେହେରା ସମାଧାନ ନ କରି ପାଲଟା ଚତୁର୍ଥ ଶ୍ରେଣୀ ଛାତ୍ର ଅଭି ସିଂକୁ ଅତି ଅମାନୁଷିକ ଭାବରେ ପିଟିଥିଲେ । ପିଲାର ଚିତ୍କାର ଶୁଣି ପାଖ ପଡ଼ୋଶୀ ସ୍କୁଲରେ ପହଞ୍ଚିଥିଲେ । ପିଲାଟି ଚାଲି ପାରୁନଥାଏ । ଗୋଡ଼ରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଛି । ପରେ ଖବର ପାଇ ପିଲାର ବାପା କୁନା ସିଂ ପହଞ୍ଚିଥିଲେ । ପିଲାର ଏପରି ଅବସ୍ଥା ଦେଖି ପ୍ରଧାନ ଶିକ୍ଷକ ଜଣକ ଛାତ୍ରର ବାପାକୁ ବୁଝାଇ ଖବରଦାତାଙ୍କୁ ନ ଜଣାଇବା ପାଇଁ ନେହୁରା ହୋଇଥିଲେ । ଘଟଣା ଜାଣିବା ପରେ ଅନେକ ଅଭିଭାବକ, ଗ୍ରାମବାସୀ ମାନେ ପହଞ୍ôଚ ପ୍ରଧାନ ଶିକ୍ଷକଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ । ଏନେଇ ଛାତ୍ର ଜଣକୁ ପଚାରି ବୁଝିବାରୁ ପ୍ରଧାନ ଶିକ୍ଷକ ଏକ ନଳୀରେ ପିଟିଥିଲେ ବୋଲି ପ୍ରକାଶ କରିଛି । ଦୀର୍ଘ ସମୟ ଧରି କେହିବି ଶିକ୍ଷକ ପିଲାଟିକୁ ମେଡ଼ିକାଲ ନେଇନଥିବା ବେଳେ ଯନ୍ତ୍ରଣାରେ ପିଲାଟି କାନ୍ଧୁଥାଏ । ଶେଷରେ ତାର ବାପା ମେଡିକାଲ ନେଇ ଯାଇଥିଲା । ଏଭଳି ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଛାତ୍ରକୁ ପିଟିଥିବାର ମାନି ଥିବା ବେଳେ କ୍ୟାମେରା ସାମ୍ନାରେ ପରିପ୍ରକାଶ କରିନଥିଲେ । ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷକ ଜଣକ ଏହାକୁ ଭ୍ରୁକ୍ଷେପ ନକରି ନିଜର ଦବଙ୍ଗ ପଣିଆକୁ ଦେଖାଇଛନ୍ତି । ପୂର୍ବରୁ ମଧ୍ୟ ଏପରି ଅନେକ କାର୍ଯ୍ୟ କରିଥିବାର ଅଭିଭାବକମାନେ ପ୍ରକାଶ କରିଛନ୍ତି । ଏନେଇ ନୀଳଗିରି ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିଥିବା ବେଳେ ସେ ଫୋନ୍ ଉଠାଇନଥିଲେ । ଏଭଳି ଅମାନୁଷିକ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।
