ଦହିସଡ଼ାରେ ଜନ ସଂପର୍କ ପଦଯାତ୍ରା
ସୋର : ସୋର ବିଜେଡ଼ି ତର‘ରୁ ୨୫ ବର୍ଷ ପୂର୍ତ୍ତି ଅବସରରେ ୪୪ ନମ୍ବର ଜୋନ ଦହିସଡ଼ା ପଞ୍ଚାୟତରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବ୍ଲକ ଅ୍ମକ୍ଷା ଅନସୂୟା ମଳିକ, ଜିଲାପରିଷଦ ସଭ୍ୟ ଜୟନ୍ତ ସ୍ୱାଇଁ, ସରପଞ୍ଚ ଗୋବର୍ଦ୍ଧନ ଦ୍ୱାରୀ, ସୁକାନ୍ତ ମିଶ୍ର, ବଙ୍କେଶ ବେହେରା, ଅଶୋକ କୁମାର ନାୟକ, ଅଖିଳରାମ ଜେନା, ଅଶ୍ୱିନୀ ପଟ୍ଟନାୟକ, ସଂ୍ମାରାଣୀ ପଣ୍ଡା, ମଝିମିତା ଜେନା, ସୁକାନ୍ତି ନାୟକ, ପୁଷ୍ପଲତା ଜେନା, ପୁରୁଷୋତ୍ତମ ପଟ୍ଟନାୟକ, ଅନୁପମା ଜେନା, କରୁଣାକର ଖୁଣ୍ଟିଆ ଓ ରତିକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକହିତକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି ସଭାକୁ ଦୀପ୍ତିକାନ୍ତ ପଣ୍ଡା ପରିଚାଳନା କରିଥିବା ବେଳେ ଏହି ପଦଯାତ୍ରାକୁ ଗୌତମ ଦ୍ୱାରୀ,କରୁଣାକର ନାୟକ, ପ୍ରଦୀପ ମିଶ୍ର, ଗୌରହରି ଜେନା, କାଳନ୍ଦୀ ଗୁଇଁ, ମହେଶ୍ୱର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
