ସାତପଡ଼ାରେ ଜନସମ୍ପର୍କ ପଦଯାତ୍ରା କୈଳାସଙ୍କ ଦବଦବା ବୃଦ୍ଧି
ପୁରୀ : ଜିଲ୍ଲାପରିଷଦ ସଭ୍ୟ ,ବ୍ରହ୍ମଗିରି ବିକାଶମଞ୍ଛର ଆବାହକତଥା ଯୁବନେତା କୈଳାସ ଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ନିକଟ ୭ଟି ପଞ୍ଛାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟ ସମ୍ପର୍କରେ ଘରେ ଘରେ ପ୍ରଚାର କରିବା ପାଇଁ ଏହି ପଦଯାତ୍ରା କରାଯାଇଥିଲା । ପଣସପଦା କାଳୀ ଭୋଇ ସାହି ଛକ ଠାରୁ ଶହ ଶହ ଯୁବକ ବିରାଟ ଶୋଭାଯାତ୍ରା କରି ପାଦରେ ଚାଲି ଚାଲି ସେବକପୁର ଦୁଆରଶୁଣି ମନ୍ଦିର ପାଖରେ ପହଞ୍ଛିଥିଲେ । ସେଠାରେ ଶତାଧିକ ବିଜେଡ଼ି କର୍ମୀ ନବୀନଙ୍କ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ପାଇଁ ଶପଥ ନେଇଥିଲେ । ବ୍ରହ୍ମଗିରିର ବିକାଶ ପାଇଁ କୈଳାସଙ୍କ ହାତ ମୁଠାକୁ ଟାଣ କରିବା ସହ ବ୍ରହ୍ମଗିରିର ଆଗାମୀ ଭବିଷ୍ୟତ କୈଳାସ ବୋଲି ନାରାବାଜି ଦେଇଥିଲେ ।
