ପ୍ରାଧାନ ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
ପୁରୀ : ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତି ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧୀକାରୀ ଡ଼ଃ ବିଶ୍ୱଜିତ ଘୋଷ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ସାମର୍ଥା ଓ ମମତା ମିଶ୍ର,ବ୍ଳକ ଶିକ୍ଷାଧିକାରୀ ନମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ବେହେରାଙ୍କୁ ମାନପତ୍ର,ଉପଢୌକନ ଦିଆଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ରଶ୍ମିତା ପଟ୍ଟନାୟକ, ରମେଶଚନ୍ଦ୍ର ବଳିୟାରସିଂହ, ପ୍ରଭାତି ମହାପାତ୍ର, ରଞ୍ଜିତା ପଟ୍ଟନାୟକ,ରଶ୍ମିତା ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
