ଦେଶର ସଂପତ୍ତି ବିକ୍ରୀ, ଦରଦାମ ବୃଦ୍ଧି, ଦୁର୍ନୀତି ଓ ଜନଜୀବନକୁ ସ୍ତବଧ କରୁଥିବା ବିଜେପି ଓ ବିଜେଡି ବିରୋଧରେ ବିକ୍ଷୋଭ
ଭଦ୍ରକ : ସମଗ୍ର ଦେଶରେ ଗତ ୨୦୧୪ ମସିହାରୁ କେନ୍ଦ୍ରରରେ ମୋଦି କ୍ଷମତାକୁ ଦଖଲ କରିବା ପୂର୍ବରୁ ଡଲାରର ମୂଲ୍ୟ ଡିଜେଲ, ପେଟ୍ରୋଲ, ଗ୍ୟାସ, ଅତ୍ୟାବଶ୍ୟକିୟ ସାମଗ୍ରୀ ଓ ଜୀବନ ସୁରକ୍ଷା ଔଷଧର ମୂଲ୍ୟବୃଦ୍ଧି କରାଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କଳା ଟଙ୍କା ବିଦେଶରୁ ଆଣି ଜନଧନ ଯୋଜନାରେ କାହାକୁ ଟଙ୍କାଟିଏ ଦେଇ ନାହାଁନ୍ତି ଓ ବର୍ଷକ ୨କୋଟି ବେକାରକୁ ଚାକିରୀ ଦେବା ପ୍ରତାରଣାରେ ପରିଣତ ହୋଇଛି । ଇତ୍ୟଅବସରରେ ଦେଶର ସଂପତ୍ତି ରାଜପଥ ରେଳପଥ, ସମ୍ବଦ ଜଳରାଶୀ, ଜଙ୍ଗଲ, ଖଣି, ଖାଦାନ ଆଦାନୀ ଆମ୍ବାନୀକୁ ବିକ୍ରୀ କରୁଛି । ତା’ର ପ୍ରତିବାଦ କଲେ ଦେଶରେ ଧର୍ମନାମରେ ବିବାଦ ସୃଷ୍ଟିକରି ସଂବିଧାନ, ସଂସଦ ଓ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି । ଶ୍ରମିକ ବିରୋଧ ୪ଟି ନୂଆ ଶ୍ରମ କୋର୍ଡ ଆଣିଛି, କୃଷକ ପାଇ ଫସଲର ସହାୟକ ଦର ପାଇଁ ଆଇନ କରୁନି, ମୂଲିଆ ହାତରେ କାମ ନାହିଁ ମେସିନ କାମ କରୁଛି । ଦୁର୍ନୀତି ଚରମ ସୀମାରେ । ମୋଦିଙ୍କର ଅନ୍ଧଭକ୍ତ ନବୀନ ସରକାର ଏତିକି ବେଳେ ନିରବ ଦ୍ରଷ୍ଟ ଆମ ରାଜ୍ୟରେ ବିଦ୍ୟୁତକୁ ଟାଟା ନେଲା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଟାଟା ନେଲା ରାସ୍ତାପାଶ୍ୱର୍ ଦୋକାନୀ ମାନଙ୍କୁ ଉଚ୍ଛେଦ ଚାଲିଥିବାର ପ୍ରତିବାଦ କରି ଏକ ପଟୁଆର ବନ୍ତ ଛକରୁ ରାଧା ଦାସ, ନିରଞ୍ଜନ ପାଣୀ, କାଳନ୍ଦୀ ପାତ୍ର, ନରହରି ବେହେରା, ସେକ କମର, ସେକ. କାଲୁ ସୁବାଷ ମାଝୀ, ମଣ୍ଟୁ ମୁଣ୍ଡା, ଶାନ୍ତି ମୁଣ୍ଡା, ଅଭନ୍ନ ରାଏ, ବିନୋଦ ସାହୁ, ସୁରଜିତା ନାୟକଙ୍କ ନେତୃତ୍ୱରେ ସହର ପରିକ୍ରମାକରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରି ରାଧା ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ସିପିଆଇ(ଏମ) ତରଫରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ(ଏମ) ରାଜ୍ୟନେତା ସୁରଜିତା ନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ବିଷ୍ଣୁ ଦାଶ, ନିରଞ୍ଜନ ପାଣୀ, ପ୍ରହଲ୍ଲାଦ ପତି, ପୂର୍ଣ୍ଣ ମାଝୀ, ପ୍ରତାପ ସେଠୀ, ସୁରଜିତା ନାୟକ, ସମବାରୀ ମୁଣ୍ଡା ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନ ମାରଣନିତୀର ଦୃଢ଼ ପ୍ରତିବାଦ କରିଥିଲେ ଓ ୨୮ସେପ୍ଟେମ୍ବର ରାଜ୍ୟ ସମାବେଶକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
