ଓୟୁଟିଆରର ନୂଆ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ
ଭୁବନେଶ୍ୱର : ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ। ୪ ବର୍ଷ ପାଇଁ ଓୟୁଟିଆର କୁଳପତି ରହିବେ ପ୍ରଫେସର ବିଶ୍ୱାଳ। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି।
ସୂଚନା ଯେ, ପ୍ରଫେସର ବିଶ୍ୱାଳ ବର୍ତ୍ତମାନ ଇଣ୍ଡିଆନ୍ ଇନ୍ଷ୍ଟୁଚ୍ୟୁଟ୍ ଅଫ ଟେକ୍ନୋଲୋଜି, ମେଘାଳୟରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ୩୬ ବର୍ଷରୁ ଅଧିକ ବର୍ଷର ଶିକ୍ଷାଦାନ କରିବାର ଅଭିଜ୍ଞତା ରହିଛି । ସେ ୩ଟି ପୁସ୍ତକ ରଚନା କରିଛନ୍ତି । ମୋଟ ୨୪ଜଣ ପିଏଚ୍ଡି ଏବଂ ୪୫ଜଣ ପିଜି ଛାତ୍ରଙ୍କୁ ସଫଳତା ପୂର୍ବକ ଗାଇଡ୍ କରିସାରିଛନ୍ତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ।
