ଛାପାଖାନାରେ ଗ୍ୟାସ୍ ନିର୍ଗତ : ୬ ମୃତ, ୨୦ ଗୁରୁତର
ନୂଆଦିଲ୍ଲୀ : ଆଜି ଗୁଜୁରାଟର ସୁରତରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏକ ଛାପା କାରଖାନାରେ କାମ ଚାଲିଥିଲା। କାରଖାନା ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଟ୍ୟାଙ୍କରରୁ ନାଳରେ କ୍ୟାମିକାଲ ପକାଉଥିଲା। ଏହି ସମୟରେ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।
ରିପୋର୍ଟ ଅନୁସାରେ ଏକ ଛାପା କାରଖାନାରେ କାମ ଚାଲିଥିଲା। କାରଖାନା ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଟ୍ୟାଙ୍କରରୁ ନାଳରେ କ୍ୟାମିକାଲ ପକାଉଥିଲା। ଏହି ସମୟରେ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ ଦୁର୍ଘଟଣା ଘଟିଛି। ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୨୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।
