ଆଜି ଟୋକିଓ ଅଲିମ୍ପିକ୍ସ ଭାରତୀୟ ଦଳଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଅପରାହ୍ନ ୫ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ଭାବ ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ। ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ ।
ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ କିରନ୍ ରିଜିଜ୍ଜୁ ମଧ୍ୟ ଯୋଗଦେବେ। ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ । ସୂଚନା ଯେ, ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ। ଏଥର ସବୁଠାରୁ ବଡ ଖେଳାଳୀ ଦଳକୁ ଭାରତ ଅଲିମ୍ପିକ୍ସ ନିମନ୍ତେ ପଠାଉଛି। ମୋଟ ୬୯ଟି କ୍ରମବର୍ଦ୍ଧିଷ୍ଣୁ ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ୱ ମଧ୍ୟ ଦେଶ ପାଇଁ କୌଣସି ଅଲିମ୍ପିକ୍ସ ଦୃଷ୍ଟିରୁ ସର୍ବାଧିକ। ଅଂଶଗ୍ରହଣ କରୁଥିବା କ୍ରୀଡା ପ୍ରଭାଗରେ କେତେକ ସର୍ବପ୍ରଥମ । ପ୍ରଥମଥର ନିମନ୍ତେ ଇତିହାସରେ ଭାରତୀୟ ଅସୀଚାଳନାକାରୀ (ଭାବନୀ ଦେବୀ) ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ନୌଚାଳନାରେ ନେତ୍ରା କୁମାରନ୍ ଭାରତର ପ୍ରଥମ ମହିଳା । ସନ୍ତରଣ ‘କ’ ଶ୍ରେଣୀ ମାନ୍ୟତା ହାସଲ କରି ସଜ୍ଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ନିମନ୍ତେ ଭାରତରୁ ପ୍ରଥମ ସନ୍ତରଣକାରୀ ଭାବେ ଯୋଗ୍ୟତା ହାସଲ କରିଛନ୍ତି ।
