ଆଜି ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ୧୬ତମ ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହିତ ଜଡ଼ିତ ରହିବେ। ଉଭୟ ରଣନୈତିକ ଓ ଭୌଗଳିକ ଦୃଷ୍ଟିକୋଣରୁ ପୂର୍ବ ଏସିଆ ସମ୍ମିଳନୀର ଗୁରୁତ୍ବ ୨୦୦୫ ମସିହା ଠାରୁ ରହିଆସିଛି। ସୂଚନାଯୋଗ୍ୟ ପୂର୍ବ ଏସିଆ ସମ୍ମିଳନୀର ଅନ୍ୟ ସଦସ୍ୟମାନେ ହେଲେ ଚୀନ, ଜାପାନ, ରିପ୍ଲବିକ ଅଫ୍ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁଏନ୍, ଋଷିଆ ପ୍ରମୁଖ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୬ତମ ଏସିଆ ସମ୍ମିଳନୀରେ ନେତାମାନେ ଆଂଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋକପାତ କରିବେ। ଆତଙ୍କବାଦ, କୋଭିଡ-୧୯ ସହଯୋଗ, ମାନସିକ ସ୍ବାସ୍ଥ୍ୟ, ପର୍ଯ୍ୟଟନ ମାଧ୍ୟମରେ ଅର୍ଥନୀତି ଫେରାଇ ଆଣିବା, ଗ୍ରୀନ ରିକୋଭରି ଆଦି ଉପରେ ଚର୍ଚ୍ଚା ହେବ।
