ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଆଗ୍ରହ ଦେଖି ସେମାନଙ୍କ ସହ ବାର୍ତାଳାପ କରିଛନ୍ତି ।ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ଗସ୍ତ ବେଳେ ହାତୀମାନଙ୍କ ଅଭିନନ୍ଦନ ସମ୍ପର୍କରେ ପର୍ଶୁରାମ ଏମଜିଙ୍କ ଟିପ୍ପଣୀ ଉତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ହଁ, ଏହା ନିଶ୍ଚିତ ଭାବେ ନିଆରା ଥିଲା ।” ଶ୍ରୀ ମୋଦୀ ଦିଲ୍ଲୀ ସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନ ଯାଇଥିବା ପ୍ରିୟଙ୍କା ଗୋୟଲଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରିଛନ୍ତି; “ବଢିଆ । ଭାରତର ବୃକ୍ଷଲତା ଓ ବନ୍ୟପ୍ରାଣୀ ବିବିଧତା ଅସାଧାରଣ ଏବଂ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲୋକଙ୍କୁ ସୁଯୋଗ ମିଳିବା ଦରକାର ।”ପ୍ରଧାନମନ୍ତ୍ରୀ ଗତକାଲିର ଫଟୋ ମଧ୍ୟ ଶେୟାର କରିଥିଲେ ।
