ଲୋକସଭା ବାଚସ୍ପତିଙ୍କ ସୁପୋଷିତ ମା ଉପକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ‘ସୁପୋଷିତ ମା’ ଉପକ୍ରମକୁ ପ୍ରଶଂସା କରିଛନ୍ତି । ଶ୍ରୀ ବିର୍ଲା କୋଟାର ରାମଗଞ୍ଜମଣ୍ଡି ଅଂଚଳରେ ସୁପୋଷିତ ମା ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ମା ଓ ଶିଶୁଙ୍କୁ ସୁସ୍ଥ ରଖିବା ଏହି ଉପକ୍ରମର ଉଦ୍ଦେଶ୍ୟ । ଲୋକସଭା ବାଚସ୍ପତିଙ୍କ ଟ୍ୱିଟର ପ୍ରତ୍ୟୁତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ମାନନୀୟ ଲୋକସଭା ଅଧ୍ୟକ୍ଷ ଜୀଙ୍କ ଆଉ ଏକ ପ୍ରେରଣାଦାୟୀ ଉପକ୍ରମ! ସୁସ୍ଥ ମା ଓ ଶିଶୁଙ୍କ ଠାରେ ସମ୍ପୂର୍ଣ୍ଣ ପରିବାରର ସମୃଦ୍ଧି ନିହିତ ରହିଛି ଓ ଏହା ହିଁ ଏକ ସଶକ୍ତ ସମାଜର ଆଧାରସ୍ତମ୍ଭ ।
