୮୧ତମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୧ତ୍ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ପୁଣି ପୁରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ୩ ଦିନିଆ ଆମରେିକା ଗସ୍ତରୁ ଫେରିବା ପରେ ମୋଦି କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇଛନ୍ତି ।
ଆକଗୁ ପାର୍ବଣ ଋତୁ ଆସୁଛି ଆଉ ଆମକୁ ଏହି ପାର୍ବଣ ଋତୁରେ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି । ଏହାସହିତ ଭ୍ୟାକ୍ସିନ୍ ଶୃଙ୍ଖଳରୁ ଯେପରି କେହି ବାଦ୍ ନପଡିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ କରୋନାର ଆଗାମୀ ଲହର ପୂର୍ବରୁ ନିଜକୁ କରୋନା ସହିତ ଲଢେଇ କରିବା ପାଇଁ ପ୍ରସ୍ତୁତ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଜି ଦିନରେ ଆୟୁସ୍ମାନ ଭାରତ ଯୋଜନା ଲାଗୁ କରାଯାଇଥିଲା ଓ ବତ୍ତର୍ମାନ ପୁରା ବିଶ୍ୱରେ ଏହା ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ବୋଲି ମୋଦି କହିଛନ୍ତି । ଏହା ସହିତ ଆହୁରି ଅନେକ ପ୍ରସଙ୍ଗ ଉପରେ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋର୍ଦ୍ଧନ କରିଛନ୍ତି ।
