ଆଜି ଜାତୀୟ ଖେଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଚଳିତବର୍ଷ ପାଇଁ ଆଜି ଜାତୀୟ ଖେଳ ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରାଯିବ।
ଚଳିତ ବର୍ଷ ୧୨ ଜଣକୁ ମେଜୋର ଧ୍ୟାନଚାନ୍ଦ ଖେଳରତ୍ନ (major dhyanchan khel ratna) ପୁରସ୍କାର ଦିଆଯିବ। ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ଖେଳରତ୍ନ ପୁରସ୍କାର ଗ୍ରହଣ କରିବେ। ତା ଛଡା ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ୫ ଜଣକୁ ଜୀବନବ୍ୟାପୀ ସାଧନା ପାଇଁ ଦ୍ରୋଣାଚାର୍ଯ୍ୟ (dronacharya award for life time) ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି ୫ ଜଣକୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର (dronachaya award) ଏବଂ ୫ ଜଣକୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରାଯିବ।
