ପ୍ରମୋଦ ଭଗତଙ୍କ ସମେତ ୧୨ କ୍ରୀଡାବିତ୍ଙ୍କୁ ମେଜର ଧ୍ୟାମଚାନ୍ଦ ଖେଳରତ୍ନ ପୁରସ୍କାର
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିନ ଏକ ବିଶେଷ ସମାରୋହରେ ଟୋକିଓ ପାରା ଅଲମ୍ପିକ୍ ୨୦୨୦ରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିବା ପ୍ରମୋଦ ଭଗତଙ୍କ ସହିତ ୧୨ କ୍ରିଡାବିତ୍ଙ୍କୁ ମେଜର ଧ୍ୟାମଚାନ୍ଦ ଖେଳରତ୍ନ ପୁରସ୍କାର ୨୦୨୧ ପ୍ରଦାନ କରିଛନ୍ତି ।
Boxer Lovlina Borgohain, hockey player Sreejesh PR, para shooter Avani Lekhara and para-athlete Sumit Antil receive Major Dhyan Chand Khel Ratna Award in New Delhi pic.twitter.com/zStSOrMqGe
— ANI (@ANI) November 13, 2021
ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃୃତ ହୋଇଥିବା କ୍ରିଡାବିତ ମାନଙ୍କ ମଧ୍ୟରେ ପ୍ରମୋଦ ଭଗତ ( ପାରା ବ୍ୟାଡମିଂଟନ ),ନିରଜ ଚୋପଡା ( ଆଥଲେଟିକ୍ସ ), ରବି କୁମାର ( କୁସ୍ତି ), ଲବଲିନା ବରଗୋହେନ ( ରେସଲିଂ) , ପିଆର ଶ୍କୀଜେସ୍ ( ହକି ), ଅବନି ଲେଖରା ( ପାରା ଶୁଟିଂ), ସୁମିତ ଅତିଲ( ପାରା ଆଥେଲେଟିକ୍ସ), କୃଷ୍ନା ନାଗର ( ପାରା ଆଥଲେଟିକ୍ସ), ମନିଷ୍ ନରଓାଲ ( ପାରା ସୁଟିଂ), ମିତାଲି ରାଜ (କ୍ରିକେଟ), ସୁନିଲ ଛେତ୍ରି ( ଫୁଟବଲ), ଏବଂ ମନପ୍ରିତ ସିଂହ (ହକି) ସାମିଲ ଅଛନ୍ତ । ରାଷ୍ଟପତି ଏମାନଙ୍କ ବ୍ୟତିତ ଜୀବନବ୍ୟାପୀ ଅବଦାନ କୋଚ ମାନଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଟି ପି ଓସେଫ୍ , ( ଆଥଲେଟିକ୍ସ ) , ସରକାର ତଲଓାର (କ୍ରିକେଟ), ସରପାର ସିଂହ ( ହକି), ଆଶାନ କୁମାର ( କବାଡି) ଏବଂ ତପନ କୁମାର ପାଣିଗ୍ରାହୀଙ୍କୁ (ସନ୍ତରଣ) ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି । ଏହାପରେ ନିୟମିତ ଶ୍ରେଣୀରେ ରାଧାକୃଷ୍ନ ନାୟର ପି (ଆଥଲେଟିକ୍ସ), ସନ୍ଧ୍ୟା ଗୁରଗ (ବକ୍ସିଂଗ), ପ୍ରିତମ ସ୍ରିବାଚ (ହକି ), ଜୟପ୍ରକାଶ ନୋଟିଆଲ ( ପାରା ଶୁଟିଂଗ ), ସୁବ୍ରମଣ୍ୟମ ରମନ ( ଟେବୁଲ ଟେନିସ୍ ) ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି ।
