ଗୁୟାନାର ରାଷ୍ଟ୍ରପତି ମୋହମ୍ମଦ ଇରଫାନ୍ ଅଲ୍ଲୀଙ୍କ ଇନ୍ଦୋର ପହଂଚିବାରେ ହେଲା ଭବ୍ୟ ସ୍ୱାଗତ
ପରବାସୀ ଭାରତୀୟ ଦିବସ ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ହେବେ ସାମିଲ
ଇନ୍ଦୋର : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ଗୁୟାନାର ରାଷ୍ଟ୍ରପତି ମୋହମ୍ମଦ ଇରଫାନ ଅଲ୍ଲୀ ରବିବାର ଦୋପହରରେ ଇନ୍ଦୋର ପହଂଚିଛନ୍ତି । ଏଠାରେ ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସେ ସିଧା ଆୟୋଜନ ସ୍ଥଳ ବ୍ରିଲିଏଂଟ କନ୍ଭେନ ସେଂଟର ପାଇଁ ବାହାରିଛନ୍ତି । ଗୁୟାନାର ରାଷ୍ଟ୍ରପତି ମୋହମ୍ମଦ ଇରଫାନ୍ ଅଲ୍ଲୀ ଚାରିଦିନିଆ ଗସ୍ତରେ ଇନ୍ଦୋର ଆସିଛନ୍ତି । ସେମାନେ ଦୋପହରେ ବିମାନରୁ ଇନ୍ଦୋର ପହଂଚିଛନ୍ତି । ଇନ୍ଦୋର ବିମାନବନ୍ଦରରେ ଜଳ-ସଂସାଧନ ମନ୍ତ୍ରୀ ତୁଲସୀରାମ ସିଲାବଟ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ସହିତ ଅନ୍ୟ ଜନ ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।
