ମୁଖ୍ୟମନ୍ତ୍ରୀ କେଜରୀୱାଲ ଏନ୍ସିସି ଗଣତନ୍ତ୍ର ଦିବସ ଶିବିର-୨୦୨୩ ଦିନ କଲେ ସମ୍ବୋଧିତ
ନୂଆଦିଲ୍ଲୀ : ଦିଲ୍ଲୀ ଛାବନୀରେ ଆଜି ରାଷ୍ଟ୍ରୀୟ କ୍ୟାଡେଟ କୋର୍ ପକ୍ଷରୁ ଗଣତନ୍ତ୍ର ଦିବସ ଶିବିର-୨୦୨୩ର ଆୟୋଜନ କରାଯାଇଛି । ଏହି ଶିବିରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରୀୟ କ୍ୟାଡେଟ କୋର୍ର ମହାନିର୍ଦ୍ଦେଶକ ଲେଫ୍ଟିନେଂଟ ଜେନେରାଲ ଗୁରବୀରପାଲ ସିଂହ ସମେତ ଅନ୍ୟ ଗଣମାନ୍ୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କେଜରୀୱାଲ ଏନ୍ସିସି ଆର୍ଡି କ୍ୟାମ୍ପରେ ଆୟୋଜିତ ବିଭିନ୍ନ ଗତିବିଧିକୁ ଦେଖିଥିଲେ ।
