ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲା ମୋତିଆବିନ୍ଦୁର ସଫଳ ଅସ୍ତ୍ରୋପଚାର
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରବିବାର ଦିନ ମୋତିଆବିନ୍ଦୁ ସଫଳ ଅସ୍ତ୍ରୋପଚାର କରାଯାଇଛି । ରାଷ୍ଟ୍ରପତି ଭବନ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସୈନ୍ୟ ହସ୍ପିଟାଲ(ରେଫରଲ ଏଣ୍ଡ ରିସର୍ଚ୍ଚ), ନୂଆଦିଲ୍ଲୀରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଚି । ଅସ୍ତ୍ରୋପଚାର ସଫଳ ହୋଇଚି ଏବଂ ତାଙ୍କୁ ହସ୍ପିଟାଲରୁ ଛୁଟୀ ମିଳିଯାଇଛି ।
