୪୬ ବର୍ଷ ବୟସରେ ଯମଜ ସନ୍ତାନର ମା ହେଲେ ପ୍ରୀତି ଜିଣ୍ଟା
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଘରେ ଖୁସୀର ମାହୋଲ । ୪୬ ବର୍ଷ ବୟସରେ ଯମଜ ଶିଶୁର ମା’ ହୋଇଛନ୍ତି ପ୍ରୀତି । ଏନେଇ ସେ ସୋସିଆଲ ମିଡିଆରେ ଖୁସୀ ଖବର ସେୟାର କରିଛନ୍ତି । ଏହାସହିତ ସେ ତାଙ୍କ ଦୁଇ ଶିଶୁଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି । ପ୍ରୀତି ତାଙ୍କ ଦୁଇ ଶିଶୁଙ୍କ ନାଁ ଜୟ ଜିଣ୍ଟା ଗୁଡଇନଫ ଏବଂ ଜିୟ ଜିଣ୍ଟା ଗୁଡଇନଫ ରଖିଛନ୍ତି । ସରୋଗେସି ଜରିଆରେ ଦୁଇ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ପ୍ରୀତି ।
ପ୍ରୀତି ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ଆଜି ମୁଁ ଆପଣ ସମସ୍ତଙ୍କ ସହିତ ଖୁସୀ ଖବର ସେୟାର କରିବାକୁ ଚାହୁଁଛି । ମୁଁ ଏବଂ ଜିନ୍ ବହୁତ ଖୁସୀ ଅଛୁ । ଆମ ହୃଦୟରେ ଏତେ ସାରା ଗ୍ରାଟିଚ୍ୟୁଟ ଏବଂ ଭଲ ପାଇବା ଭରି ଯାଇଛି କାରଣ ଆମ ଘରେ ଦୁଇଟି ଜାଅାଁଳା ଶିଶୁ ଜୟ ଜିଣ୍ଟା ଗୁଡଇନଫ ଏବଂ ଜିଆ ଜିଣ୍ଟା ଗୁଡଇନଫ ଜନ୍ମ ନେଇଛନ୍ତି । ଏହାସହିତ ସମସ୍ତ ଡାକ୍ତର, ନର୍ସ, ସରୋଗେଟକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ପ୍ରୀତି । ସୂଚନ ଯେ, ୨୦୧୬ରେ ସେ ଆମେରିକାର ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ ।
