ଖଣି ଖାଦାନରୁ ପାର୍ଟି ଫଣ୍ଡ ତିଆରି କରିବାକୁ ପ୍ରଣବଙ୍କୁ ଦାୟିତ୍ୱ ଦିଆଯାଇଛି : ଜୟନାରାୟଣ
ଭୁବନେଶ୍ୱର : ବିଜେଡ଼ି ସଂଗଠନ ସମ୍ପାଦକଙ୍କୁ ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମତେ ଲାଗୁନି ତାଙ୍କୁ ସଂଗଠନ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି । ଯେହେତୁ ଏଗୁଡିକ ଖଣି ଖାଦାନ ଅଂଚଳ ; ସେଠାରୁ ପାର୍ଟି ଫଣ୍ଡ ତିଆରି କରିବାକୁ ଦାୟିତ୍ୱ ଦିଆଯାଇଛି । ଆମେ ସେଥିପାଇଁ ଚିନ୍ତିତ ନୁହଁ । ଖଣି ଖାଦାନ ଓ ଶିଳ୍ପରୁ କିପରି ପଇସା ଅସୁଲ କରିପାରିବେ ସେ ଦାୟିତ୍ୱ ନେଇଛନ୍ତି । ସେ ପଇସା ନିର୍ବାଚନରେ ଖର୍ଚ୍ଚ ହେବ କି ଘରକୁ ଯିବ କି କଣ ହେବ ଅନେକ କଥା ଅଛି । ବ୍ଲାକ ରୋଜର କଥା ବାହାରି ନାହିଁ । ସେଇଟା ଚାପି ହୋଇଯାଇଛି ।ପୁଣି ଥରେ ବାହାରି ପାରେ । ଗୋଟେ କ୍ରୀତଦାସ ଏରିଆର ଦାୟିତ୍ୱ ନେଇ କଣ କରିପାରିବ । ଲୋକ ବଳ ତାଙ୍କ ପାଖରେ ନାହିଁ । ସେମାନଙ୍କର ତିନିଟା ଶକ୍ତି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ । ଏହାକୁ ନେଇ ନିର୍ବାଚନ ଜିତନ୍ତି । ତାକୁ କେମିତି ପ୍ରତିହତ କରାଯିବ ଆମେ ତାର ଯୋଜନା କରୁଛୁ । ସିବିଆଇ ଓ ଇଡିର ମୁଁ ପ୍ରବକ୍ତା ନୁହେଁ । କିନ୍ତୁ ଓଡ଼ିଶାରେ ଦୁର୍ନୀତି ଯେଭଳି ଭାବେ ହେଉଛି ସିବିଆଇ ଓ ଇଡି ଆସିବା ନିହାତି ଆବଶ୍ୟକ ।
