ରିସ୍କ ଦେଶରୁ ଆସିଥିବା ୭ ପଜିଟିଭ ଚିହ୍ନଟ, ପଜିଟିଭିଟି ହାର ଦେଖି କେନ୍ଦ୍ର ନିୟମ ଅନୁସାରେ ପ୍ରତିବନ୍ଧକ ଲଗାଯିବ
ଭୁବନେଶ୍ୱର : ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରିସ୍କ ଦେଶରୁ ଆସିଥିବା ୭ ଜଣ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୟୁଏନ୍ସିଂ ରିପୋର୍ଟରେ ଓମିକ୍ରନ ନେଗେଟିଭ୍ ଆସିଛି । ଅନ୍ୟ ୩ ଜଣଙ୍କର ନମୁନା ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠା ଯାଇଛି ।
ସେ କହିଛନ୍ତି ଯେ, ପଜିଟିଭିଟି ହାର ଦେଖି କେନ୍ଦ୍ର ନିୟମ ଅନୁସାରେ ପ୍ରତିବନ୍ଧକ ଲଗାଯିବ । ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଚାରିଆଡେ ବ୍ୟାପିବା ଚିନ୍ତାଜନକ । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ଷ୍ଟାଟିଷ୍ଟିକାଲ ଜିନିଷ ଉପରେ ଆଧାରିତ । ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ।
ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି ଓମିକ୍ରନ ପ୍ରଜାତି ଅଧିକ ସଂକ୍ରମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି । କିନ୍ତୁ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ । ସମାଜର ବି ଭୂମିକା ଅଛି । ଲକ୍ଷଣ ଅଛି ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୂନ କରିପାରିବା ନାହିଁ । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିତିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ।
