ପୋଲିଂ ପାର୍ଟି ବସ ଦୁର୍ଘଟଣା : ୩ ମୃତ, ୩୦ରୁ ଅଧିକ ଆହତ
ନବରଙ୍ଗପୁର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଉଥିବା ପୋଲିଂ ପାର୍ଟି ବସ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଅଧିକ ଆହତ ହୋଇଛନ୍ତି । ପାପଡାହାଣ୍ଡି ଥାନା ସରସପଦର ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଛି । ଗୁରୁତର ମାନଙ୍କୁ ନବରଙ୍ଗପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁରରୁ ବସ୍ଟି ପୋଲିଂ ପାର୍ଟିଙ୍କୁ ନେଇ କୋଷାଗୁମୁଡା ଯାଉଥିଲା । ବସ୍ରେ ୪୫ ଜଣ ପୋଲିସ୍ କର୍ମଚାରୀ ଥିବା ଜଣାପଡ଼ିଛି ।
