ଅଭିନେତା ବବି ମିଶ୍ରଙ୍କୁ ନୋଟିସ୍ ଦେଇ ଛାଡିଲା ପୋଲିସ୍
ଭୁବନେଶ୍ୱର : ପଡୋଶୀ ସହ ଝଗଡାକୁ ନେଇ ଥାନାରେ ଅଭିନେତା ବବି ମିଶ୍ର । ଭୁବନେଶ୍ୱରର ନୟାପଲ୍ଲୀ ଥାନାକୁ ଡାକି ତାଙ୍କୁ ପଚରାଉଚରା କରୁଛି ପୋଲିସ୍ ।ବବିଙ୍କ ସହି ପୁଲିସ୍ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରୁଛି । ଗାଡ଼ି ପାର୍କିଂରୁ ଝଗଡା ହୋଇଥିଲା । ତେବେ ସନ୍ଧ୍ୟାରେ ପୋଲିସ୍ ବବିଙ୍କୁ ନୋଟିସ୍ ଦେଇ ଛାଡିଥିବା ସୂଚନା ମିଳିଛି । ବବିଙ୍କ ପଡୋଶୀ ତପି ମିଶ୍ର ଅଭିଯୋଗ କରିଛନ୍ତି ଯେ ବିବାହ ବିଚ୍ଛେଦ ପରଠୁ ସେ ବହୁ ଅପସେଟ୍ ରହୁଛନ୍ତି । ଗତକାଲି ସେ ଜାଣିଶୁଣି ମୋ ସହ ଗଣ୍ଡଗୋଳ କଲେ । ମୁଁ ଥାନାକୁ ଆସିଥିବା ବେଳେ ମୋ ଗେଟ୍ କୁ ଗୋଇଠା ମାରି ଗଣ୍ଡଗୋଳ କଲେ । ତାକୁ ମାରିକି ଆଜି ରାତିରେ ତୋତେ ବାହା ହେବି ବୋଲି ମୋ ପତ୍ନୀଙ୍କୁ କହିଲେ । ଏପରିକି ଗ୍ୟାଙ୍ଗଷ୍ଟାର ନାଁ ନେଇ ଧମକ ଦେଲେ । ତେଣୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛି ।
ଅନ୍ୟପକ୍ଷରେ ପଡ଼ୋଶୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିନେତା ବବି ମିଶ୍ର । ସେ କହିଛନ୍ତି ଯେ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ । ତାଙ୍କ ପାଖରେ ବନ୍ଧୁକ ନାହିଁ କି ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କ ପଡ଼ୋଶୀଙ୍କୁ ଧମକ ଦେଇ ନାହାନ୍ତି । ବବି କହିଛନ୍ତି, ଗ୍ୟାରେଜରେ ଗାଡ଼ି ରଖିବାକୁ ନେଇ ଗତକାଲି ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା । ସେ ମୋ ସାନ ଭାଇ ପରି । ମୁଁ ତା’ ସ୍ତ୍ରୀକୁ ନିଜ ସାନ ଭଉଣୀ ପରି ଦେଖେ । ହେଲେ ସେ ଏପରି ତଳକୁ ଖସି ଅଭିଯୋଗ କରିବ ବୋଲି ଭାବି ନ ଥିଲି ।
