ଜ୍ଞାନଦେବ ବେଉରା ହେଲେ କଂଗ୍ରେସ ଓବିସି ବିଭାଗ ଅଧକ୍ଷ
ଭୁବନେଶ୍ୱର : ବରିଷ୍ଠ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ଜ୍ଞାନଦେବ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ନିଯୁକ୍ତି ମିଳିଛି । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ଭାବେ ନିଯୁକ୍ତି କରିଥିବା ନେଇ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭେନୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଶ୍ରୀ ବେଉରା ବର୍ତମାନ ପିସିସି ମୁଖପାତ୍ର ଭାବେ କଂଗ୍ରେସ ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।
