ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ
ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ । ଡିଜି ଅଭୟ ଶ୍ରୀ ଅଭୟ ବିଏସଏଫ ହେଲିକପ୍ଟରରେ ଆସି ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇଥିଲେ । ସେଠାରେ ଏକ ବୈଠକରେ ଆଇନଶୃଙ୍ଖଳା ଓ ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିବେ ।
ପରେ ବଲାଙ୍ଗୀର ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରି ବଲାଙ୍ଗୀର ଟାଉନ ଥାନା, ବଲାଙ୍ଗିର ଆଦର୍ଶ ଥାନା, ସଦର ଥାନା ସହ ବିଭିନ୍ନ ଥାନା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ଖପ୍ରାଖୋଲ ମାଓ ପ୍ରବଣ ଅଞ୍ଚଳ ବୁଲି ଦେଖିବା ନେଇ କାର୍ଯ୍ୟକ୍ରମ ରହିଛି।
