ଯାଜପୁର ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ କବିତା ଆସର
ଯାଜପୁର : ଯାଜପୁରର ନବମ ଜିଲ୍ଲା ମହୋତ୍ସବରେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଗୈାତ୍ତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଏକ ଦିବସୀୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି ତୁହିନାଂଶୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଅତିରିକ୍ତ ଆୟୁକ୍ତ ଭୂଲେଖ ଓ ବନ୍ଦୋବସ୍ତ ଅକ୍ଷୟ କୁମାର ମଲିକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷକ କୁମାର ବେହୁରିଆ, ଅତିରିକ୍ତ ଜିଲାପାଳ ଦୁଃଖବନ୍ଦୁ ନାୟକ, ଉପଜିଲାପାଳ ଗୋପୀନାଥ କୁଅଁର, ଜିଲା ସଂସ୍କୃତି ଅଧିକାରୀ ଦୂର୍ଯ୍ୟୋଧନ ମଲିକ ପ୍ରମୁଖ ଏହି ସଭା ମଞ୍ଚରେ ଉପସ୍ଥିତ ଥିବା ବେଳେ ସମ୍ମାନିତ ବକ୍ତା ଭାବେ କବି ସୁବ୍ରତ କୁମାର ଦାସ ଯୋଗ ଦେଇ କବିତା ସ୍ରୋତ ପ୍ରବୃତ ଭାବେ ଆସିଥାଏ ବୋଲି ସୂଚନା ଦେଇଥିଲେ । କବିତା ମାଧ୍ୟମରେ ସମାଜର ପରିବର୍ତ୍ତନ ଓ ସଂସ୍କାର ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଂସ୍କୃତି ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ । ଜୀବନକୁ ସକାରାତ୍ମକ ସୃଜନା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । କବିତା ହେଉଛଇ ମଣିଷର ପ୍ରାଣ, ଜୀବନର ମାଧୁର୍ଯ୍ୟ ହେଉଛି ସାହିତ୍ୟ ବୋଲି ଉଦ୍ବୋଧନରେ କହିଥିଲେ । ଏହି ସମାବେଶରେ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ୧୦୦ରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ମାନେ ଯୋଗ ଦେଇ ସ୍ୱରଚିତ କବିତା ଆବୃତ କରିଥିଲେ । ଅଧ୍ୟାପକ ଦାମୋଦର ବେହେରା, ଡ଼ ବିକ୍ରମ କୁମାର ମହାପାତ୍ର, ବିରଜା ବଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ମଲିକ ଧନ୍ୟବାଦ ଦେଇଥିଲେ ।
