ଆଜିଠୁ ଦେଶରେ ଲାଗୁ ହେବ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜିଠୁ ସାରା ଦେଶରେ ଲାଗୁ ହେବ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସୋମବାର ଏହାର ଶୁଭାରମ୍ଭ କରିବେ । ୨୦୨୦ ଅଗଷ୍ଟ ୧୫ ରେ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ଅଭିଭାଷଣରେ ମୋଦି ଏହି ସ୍ୱାସ୍ଥ୍ୟ ମିଶନର ପାଇଲଟ୍ ପ୍ରକଳ୍ପ ଘୋଷଣା କରିଥିଲେ । ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ହେଉଛି ।
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ କୁହାଯାଇଛି ଯେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିବେ । ଏହାପରେ ସେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ
